
ଧର୍ମଶାଳା, ୨୮ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଉତରପ୍ରତାପ ପଂଚାୟତ ନୀଳକଣ୍ଠପୁର ଗ୍ରାମର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ଚିତରଞ୍ଜନ ମହାନ୍ତିଙ୍କ ମାଆ ଧର୍ମପରାୟଣା ମହିଳା ସୁଷମା ମହାନ୍ତି (୯୩)ଙ୍କ ପରାଲୋକ ହୋଇଯାଇଛି । ସେ ଜଣେ ସରଳ,ନିଷ୍କପଟ,ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଥିଲେ । ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ ହୋଇ ଦୀପାଂଚଳରେ ସୁନାମ ଅର୍ଜନ କରିଥିଲେ । ବୟସାଧିକ କାରଣରୁ ସେ ଶଯ୍ୟାସାୟୀ ଥିଲେ । ଗତକାଲି ତାଙ୍କର ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ଚିତରଞ୍ଜନ, ନାତି ସିଦ୍ଧାର୍ଥ, ନାତୁଣୀ ବୋହୁ ଅର୍ପିତା, ଝିଅ ସୌଦାମିନୀ, ପ୍ରମୋଦିନୀ, ପଦ୍ମିନୀ ଓ ନାତି ନାତୁଣୀ ଉପସ୍ଥିତି ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ପୁଅ ଚିତରଂଜନ ମୁଖାଗ୍ନି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ