ସାମ୍ବାଦିକ ପୱନ ଅଗ୍ରୱାଲ ସମ୍ମାନିତ
ବଲାଙ୍ଗୀର, ୨୮ ଡିସେମ୍ବର(ହି.ସ.) – ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ମିଡିଆ ପ୍ରଭାରୀ ବଲାଙ୍ଗୀରର ସାମ୍ବାଦିକ ପୱନ ଅଗ୍ରୱାଲ କୁ ରାଜସ୍ଥାନର ଶିକ୍ଷା ସହର କୋଟାର ଏୟାରଡ୍ରମ୍ ନିକଟସ୍ଥ ଅଗ୍ରୱାଲ ସେବା ସଂସ୍ଥା ଠାରେ ସମ୍ମାନିତ କରାଯାଇଅଛି। ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ରାଷ୍ଟ୍ରୀୟ କା
ସାମ୍ବାଦିକ ପୱନ ଅଗ୍ରୱାଲ ସମ୍ମାନିତ


ବଲାଙ୍ଗୀର, ୨୮ ଡିସେମ୍ବର(ହି.ସ.) – ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ମିଡିଆ ପ୍ରଭାରୀ ବଲାଙ୍ଗୀରର ସାମ୍ବାଦିକ ପୱନ ଅଗ୍ରୱାଲ କୁ ରାଜସ୍ଥାନର ଶିକ୍ଷା ସହର କୋଟାର ଏୟାରଡ୍ରମ୍ ନିକଟସ୍ଥ ଅଗ୍ରୱାଲ ସେବା ସଂସ୍ଥା ଠାରେ ସମ୍ମାନିତ କରାଯାଇଅଛି। ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅଧିବେଶନ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ମାନ୍ୟବର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବଡ ଭାଇ ରାଜେଶ ବିର୍ଲା, ରାଷ୍ଟ୍ରୀୟ ଅଧ୍ୟକ୍ଷ ସତୀଶ ଅଗ୍ରୱାଲ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରମେଶ ଜୈନ, ନେପାଲ ର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଳକାନ୍ତ ଅଗ୍ରୱାଲ, ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା, ଓଡିଶାର ପ୍ରାନ୍ତୀୟ ମିଡିଆ ପ୍ରଭାରୀ ସାମ୍ବାଦିକ ପୱନ ଅଗ୍ରୱାଲଙ୍କୁ ଶାଲ ଏବଂ ପୁଷ୍‌?ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ସାମାଜିକ କାର୍ଯ୍ୟ ଏବଂ ପ୍ରଚାର, ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ଙ୍କ ସମେତ ଅନେକ ସାମାଜିକ ସଦସ୍ୟ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବାରୁ ଅଭିନନ୍ଦନ ଜଣାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande