ପୂଜ୍ୟପୂଜା ସଂସଦ ପକ୍ଷରୁ ସାହିତ୍ୟ ଟୁଙ୍ଗୀ ଏବଂ କବିତା ଆସର
ଜୟପୁର, ୨୮ ଡିସେମ୍ବର(ହି.ସ.) – ଜୟପୁର ପୂଜ୍ୟପୂଜା ସଂସଦ ପକ୍ଷରୁ ସାହିତ୍ୟ ଟୁଙ୍ଗୀ ଆଜି ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନ ପକ୍ଷରୁ ମାସିକ କବିତା ଆସର ଆୟୋଜିତ ହୋଇଥିବାବେଳେ ରାଜ୍ୟ ଫୁଟ୍‌ବଲ୍ ଟିମ୍‌ରେ ସ୍ଥାନ ପାଇଥିବା ଜୟପୁରର ଖେଳାଳୀ ଟାଇଟେସ୍ ହ
ପୂଜ୍ୟପୂଜା ସଂସଦ ପକ୍ଷରୁ ସାହିତ୍ୟ ଟୁଙ୍ଗୀ ଏବଂ କବିତା ଆସର


ଜୟପୁର, ୨୮ ଡିସେମ୍ବର(ହି.ସ.) – ଜୟପୁର ପୂଜ୍ୟପୂଜା ସଂସଦ ପକ୍ଷରୁ ସାହିତ୍ୟ ଟୁଙ୍ଗୀ ଆଜି ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନ ପକ୍ଷରୁ ମାସିକ କବିତା ଆସର ଆୟୋଜିତ ହୋଇଥିବାବେଳେ ରାଜ୍ୟ ଫୁଟ୍‌ବଲ୍ ଟିମ୍‌ରେ ସ୍ଥାନ ପାଇଥିବା ଜୟପୁରର ଖେଳାଳୀ ଟାଇଟେସ୍ ହରିଜନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ତପନ କିରଣ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଇଂ ଭାସ୍କର ସାମନ୍ତରାୟ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ରାଜେନ୍ଦ୍ର କୁମାର ଗୌଡ଼ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଧାରଣ ସଂପାଦକ ବୈରାଗୀ ଚରଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସରସ୍ୱତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସନ୍ଧ୍ୟାରାଣୀ ସାହୁ, କୃଷ୍ଣଚନ୍ଦ୍ର ହୋତା, ମଧୁସୂଦନ ମିଶ୍ର, ତରୁଣ ବାରିକ, ଅନନ୍ତ ବିଜୟ ଧିବର, ନାରାୟଣ ସଗର, ଜାନକୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ନିଜ ନିଜର କବିତା ଆବୃତି କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande