


ବଲାଙ୍ଗିର, 28 ଡିସେମ୍ବର (ହି.ସ.) ୨୭ ତାରିଖ ଶନିବାର ବଲାଙ୍ଗୀର ଜିଲ୍ଲା ସଦର ମହକୁମା ସ୍ଥିତ ଡଃ. ଆମ୍ବେଦକର ଷ୍ଟାଡିୟମରେ ବନବାସୀ କଲ୍ୟାଣ ଆଶ୍ରମ, ଓଡ଼ିଶା ଦ୍ବାରା ଆୟୋଜିତ ୨୮ତମ ଜନଜାତି କ୍ରିଡା ପ୍ରତିଯୋଗିତା ର ଶୁଭ ଉଦଘାଟନ ଦିନ ୧୧ ଟା ସମୟରେ ମୁଖ୍ୟ ଅତିଥି ମାନନୀୟା ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ ଏବଂ ମୁଖ୍ୟ ବକ୍ତା ଡ଼. ପୁରୁଷୋତମ ଅଗ୍ରୱାଲ (ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷକ) କଲ୍ୟାଣ ଆଶ୍ରମ ର ପ୍ରାନ୍ତ କାର୍ଯକାରିଣୀ ଅଧ୍ୟକ୍ଷ ତଥା ଅନ୍ୟ ପଦାଧିକାରିଙ୍କର ଦ୍ବାରା ଉଦଘାଟିତ ହୋଇଯାଇଛି । ୧- ମୁଖ୍ୟ ଅତିଥ୍ ଶ୍ରୀମତୀ ସିଂହ ଦେଓ କଲ୍ୟାଣ ଆଶ୍ରମ ର କାର୍ଯକୁ ପ୍ରଶଂସା କରିବା ସହିତ ଜନଜାତି ସମାଜର କ୍ରିଡା ଦକ୍ଷତା ବିକାଶ ଦିଗରେଏହି ପ୍ରତିଯୋଗିତା ଅତ୍ୟନ୍ତ ଉପଯୋଗୀ ବୋଲି କହିଥିଲେ । ମୁଖ୍ୟବକ୍ତା ଡ଼.ଅଗ୍ରୱାଲ ତାଙ୍କ ମନମୁଗ୍ଧକର ବକ୍ତବ୍ୟ ରେ ଖେଳାଳି ମାନଙ୍କର କ୍ରିଡା ପ୍ରତିଭା ବିକାଶ କରି, ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇବାରେ ବନବାସୀ କଲ୍ୟାଣ ଆଶ୍ରମ ସଫଲ ହୋଇ ଆସିଥିବା ଇତିହାସ ସମସ୍ତଙ୍କୁ ସ୍ମରଣ କରାଇଥିଲେ । ଉପସ୍ଥିତ ନଗର ବାସୀଙ୍କୁ ରାମ ଭକ୍ତ ଜନଜାତି ସମାଜର ଉତଥାନ ପାଇଁ ତନ, ମନ,ଧନ ଅର୍ପଣ କରିବା ନିର୍ମିତ ଆହ୍ୱାନ କରିଛନ୍ତି ।
କଲ୍ୟାଣ ଆଶ୍ରମ ର ପ୍ରାନ୍ତ ସଂପାଦକ ଶ୍ରୀ ଲକ୍ଷ୍ମୀଧର ବେହେରା ସଭାକାର୍ଯ ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ଶ୍ରୀ ଚନ୍ଦ୍ରକାନ୍ତ ନାଥ ସ୍ବାଗତ ଭାଷଣ ଦେଇଥିଲେ । ଉକ୍ତ କ୍ରିଡା ପ୍ରତିଯୋଗୀତାରେ ୧୯ ଟି ଜନଜାତି ବହୁଳ ଜିଲ୍ଲାରୁ ୩୭୫ଜଣ ବାଳକ ବାଳିକା ଯୋଗ ଦାନ କରିଛନ୍ତି । ତିରନ୍ଦାଜ, ଖୋ-ଖୋ ଓ କବାଡି ଆଦି ଖେଳ ଉଭୟ ଜୁନିୟର ଓ ସୁବକୁନୀୟର ବର୍ଗରେ ଦୁଇଦିନ ଧରି ଚାଲିବ । ଅନ୍ୟ ମାନଙ୍କ ମଧ୍ୟରେ ଅଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ର ସହ କ୍ରୀଡା ପ୍ରମୁଖ ପଙ୍କଜ ସିଂ, (ଗୋରଖପୁର) ସଂଘର ପ୍ରାନ୍ତ କାର୍ଯକରିଣୀ ସଦସ୍ୟ ବିଷ୍ଣୁ ପାତ୍ର, ଇଂ.ମଗନ ଲାଲ ଅଗ୍ରୱାଲ,କଲ୍ୟାଣ ଆଶ୍ରମ ବଲାଙ୍ଗୀର ନଗର ସଭାପତି ରବି କୁମାର ଅଗ୍ରୱାଲ, ସଂପାଦକ ମୁଳେଶ କୁମାର ଅଗ୍ରୱାଲ ,କାର୍ଯକ୍ରମ ସଂଯୋକ ମହେନ୍ଦ୍ର କୁମାର ଅଗ୍ରୱାଲ ,କୋଷାଧକ୍ଷ୍ୟ ସୁନିଲ ଅଗ୍ରୱାଲ ଙ୍କ ସମ୍ପୂର୍ଣ ସମିତି ର କାର୍ୟକର୍ତା ମାନେ ଉପସ୍ଥିତ ଥିଲେ ।
ମୁଖ୍ୟ କ୍ରିଡା ଶିକ୍ଷକ ଭାବରେ ଅଭିଜ୍ଞ ଖେଳ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ରଞ୍ଜନ ମାହାକୁଡ, ଶଶିଭୂଷଣ ମହାକୁଡ ପ୍ରାଣବନ୍ଧୁ ରାଉତ ଉଦିତ ନାରାୟଣ ଦେଓ, ଭଗବାନ ଚାଲାଣ, ନିତ୍ୟାନଂଦ ରଣା, ପ୍ରଭୁତ ଖେଳ ପରିଚାଳନା କରୁଛନ୍ତି ।
ପ୍ରାନ୍ତ ସହ ମହିଳା ପ୍ରମୁଖ ଶ୍ରୀମତୀ ଗୀତାଞ୍ଜାଳୀ ଭୋଇ,ଅନ୍ୟ ମହିଳା କାରଜ୍ୟ କର୍ଭା ସୁଶ୍ରୀ ରମାଦେବୀ ଜାନୀ,ବାସନ୍ତୀ ଘୁଟା,ଊର୍ମିଲା ଭୋଇ,ପଙ୍କଳିନୀ ଦଳାଇ, ଶ୍ରୀ ମତି ବୀଣାପାଣି ସ୍ବାଇଁ ଆଦି ବ୍ୟବସ୍ତା ଖେଳ ପରିଚାଳନାରେ ସହଯୋଗ କରିଛନ୍ତି । ସଶକ୍ତ ସମୃଦ୍ଧ ଜନଜାତି ଅଗ୍ରଣୀ ଭୂମିକା ନିଭାଇବା ଦୃଷ୍ଟିରୁ ପ୍ରତି ବର୍ଷ ର କ୍ରୀଡା ପ୍ରତିଯୋଗିତା ନିଭାଇ ଆସିଛୁ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ