ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ପିତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ପିତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ଦଳର ସମ୍ବଲପୁର ଜିଲ୍ଲା ସଭାପତି ଗିରି
ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ପିତାଙ୍କ ବିୟୋଗରେ     କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ପିତାଙ୍କ

ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ଦଳର ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ

ପଟେଲଙ୍କ ପିତା ସ୍ୱର୍ଗତ ମୋହନ ଭାଇ ପଟେଲ ଜୀ’ ଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ

। ଗିରିଶ ଦା’ଙ୍କ ବାପାଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣିଥିଲି । ସେ ଜଣେ ସରଳ, ମିଷ୍ଟଭାଷୀ ଏବଂ

ଉଚ୍ଚକୋଟୀର ଆଦର୍ଶବାଦୀ ବ୍ୟକ୍ତି ଥିଲେ । ସମାଜ ପ୍ରତି ତାଙ୍କର ନିଷ୍ଠା ଓ ଆଦର୍ଶ ଚିର ସ୍ମରଣୀୟ

ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା

ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande