
ଭୁବନେଶ୍ୱର, 28 ଡିସେମ୍ବର (ହି.ସ.)- ଅଙ୍ଗନବାଡ଼ିରେ ଛୋଟ ଛୋଟ ପିଲାଙ୍କୁ ଫଳ ବାଣ୍ଟିଲେ
ଧର୍ମେନ୍ଦ୍ର । ଅନୁଗୁଳ ସହର 4 ନମ୍ବର ୱାର୍ଡ
ବଜାରପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ଫଳ ବାଣ୍ଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଫୁଲ ବଦଳରେ ଫଳ ଉପହାର ଦିଆଯାଉ ବୋଲି ବିଭିନ୍ନ ସମୟରେ ଅପିଲ କରୁଛନ୍ତି
କେନ୍ଦ୍ର ମନ୍ତ୍ରୀ । ଏହି କ୍ରମରେ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ମିଳୁଥିବା ଫଳ
ଅଙ୍ଗନବାଡ଼ି ଓ ସରକାରୀ ସ୍କୁଲରେ ଗରିବ ପିଲା ମାନଙ୍କୁ ବଣ୍ଟାଯାଉଛି । ଏହାଦ୍ବାରା ଅପପୁଷ୍ଟିରେ
ପୀଡ଼ିତ ପିଲା ମାନଙ୍କର ପୋଷଣ ଆବଶ୍ୟକତା ପୂରଣ ହୋଇପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା