କାଲିଠୁ ଭୁବନେଶ୍ୱର-ରାଉରକେଲା ସିଧାସଳଖ ବିମାନ ସେବା ଆରମ୍ଭ
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ଆସନ୍ତାକାଲି (ଶୁକ୍ରବାର) ଠାରୁ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି। ବିମାନ ଯୋଜନାରେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ବିମାନ ଚଳାଚଳ କରିବ। ଗୁରୁବାର ବ୍ୟତୀତ
କାଲିଠୁ ଭୁବନେଶ୍ୱର-ରାଉରକେଲା ସିଧାସଳଖ ବିମାନ ସେବା ଆରମ୍ଭ


ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ଆସନ୍ତାକାଲି (ଶୁକ୍ରବାର) ଠାରୁ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ଜରିଆରେ ଏହି ସୂଚନା ଦେଇଛନ୍ତି। ବିମାନ ଯୋଜନାରେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ବିମାନ ଚଳାଚଳ କରିବ। ଗୁରୁବାର ବ୍ୟତୀତ ସପ୍ତାହରେ ଅନ୍ୟ ସମସ୍ତ ଦିନ ଗୁଡିକରେ ଏହି ବିମାନ ସେବା ଉପଲବ୍ଧ ହେବ।

ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ଯେ ସିଧାସଳଖ ଭୁବନେଶ୍ୱର-ରାଉରକେଲା ବିମାନ ସେବା ୫ ଡିସେମ୍ବର ୨୦୨୫ ରୁ ଆରମ୍ଭ ହେବ, ଯାହା ସୁଗମ ଆଞ୍ଚଳିକ ସଂଯୋଗୀକରଣରେ ଆଉ ଏକ ମାଇଲଖୁଂଟ ହେବ। ନିକଟତର ସହର। ଅଧିକ ସୁଯୋଗ। ଅଧିକ ଶକ୍ତିଶାଳୀ ଓଡ଼ିଶା। ଏକାଠି, ଆମେ ଉପରକୁ ଉଠିବୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande