
ଖୋର୍ଦ୍ଧା,7 ଡିସେମ୍ବର (ହି.ସ.)ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସେବା ପ୍ରତିନିଧିର ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ବରେ ଦିର୍ଘ ଚାରି ବର୍ଷ ଛଅ ମାସ ଧରି ଲିଙ୍ଗରାଜ ପାସେଞ୍ଜର ହଲ୍ଟରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଛି। ଶାନ୍ତି ପୂର୍ଣ୍ଣ ଧାରଣା ଲିଙ୍ଗରାଜ ପାସେଞ୍ଜର ହଲ୍ଟରେ ଚାଲିଥିବା ବେଳେ ଅଶାନ୍ତି ଓ ଅସନ୍ତୋଷର ଝଡ ଗାଁ ଗାଁ ସହର ସହରରେ ବ୍ୟାପିବାରେ ଲାଗିଛି। ଦାବି ଗୁଡ଼ିକ ହେଲା ରେଳଗାଡ଼ି ଅନେକ ନାମରେ ନାମିତ।ଯଥା ନୀଳାଚଳ, ନନ୍ଦନକାନନ, ଧଉଳି ଆଦି ହେଲେ ଅଦ୍ୟାବଧି ଲିଙ୍ଗରାଜଙ୍କ ନାମରେ କୈ।ଣସି ଟ୍ରେନ ନାମିତ ହୋଇନାହିଁ, ଲିଙ୍ଗରାଜ ପାସେଞ୍ଜର ହଲ୍ଟ ଭୁବନେଶ୍ଵର ଷ୍ଟେସନର ନିକଟ। ଦିଲ୍ଲୀ ନିକଟ ଷ୍ଟେସନଗୁଡିକ ଷ୍ଟେସନର ମାନ୍ୟତା ପାଇଛି। ସେଠାରେ ଦୂରଗାମୀ ଟ୍ରେନଗୁଡିକ ରହୁଥିବା ବେଳେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ସେଥିରୁ ବଞ୍ଚିତ, ଲିଙ୍ଗରାଜ ପାସେଞ୍ଜର ହଲ୍ଟରେ ୨୨ କୋଟି ଟଙ୍କାର କାମ ଚାଲିଛି। ସେହି କାମ ଅତି ମନ୍ଥର ଗତିରେ ଗତି କରୁଛି,ଗୋଟିଏ ପ୍ଳାଟଫର୍ମରୁ ଅନ୍ୟ ଗୋଟିଏ ପ୍ଳାଟଫର୍ମକୁ ଛୁଆପିଲା ଓ ଆସବାବପତ୍ର ନେଇ ଯାତାୟାତ କରିବା ପାଇଁ ଶତାଧିକ ପାହାଚ ଚଢ଼ିବାକୁ ପଡେ। ଅଦ୍ୟାବଧି ଲିଫ୍ଟର ବ୍ୟବସ୍ଥା ନଥିବାରୁ ବେଡି ଉପରେ କୋରଡ଼ା ପରି ଲାଗେ,ଗାଡିକୁ ଅପେକ୍ଷା କରିଥିବା ଜନସାଧାରଣ, ଓହ୍ଲାଇ ଥିବା ଜନସାଧାରଣ, ଅପେକ୍ଷାରତ ଶ୍ରମିକ ହାଟ, ନିକଟରେ ଥିବା ଡ଼ାକ୍ତରଖାନା, ସ୍କୁଲ, କଲେଜ ଓ ହାଟର ଜନସାଧାରଣଙ୍କ ଖାଦ୍ୟ ନିମନ୍ତେ ୫ ଟଙ୍କିଆ ଆହାର କେନ୍ଦ୍ର ଅଦ୍ୟାବଧି ଖୋଲାଯାଇ ନାହିଁ,ଶିଶୁଙ୍କ ସ୍ତନ୍ୟପାନ ଗୃହ, ଶୈ।ଚାଳୟ ଓ ରାତ୍ରୀକାଳୀନ ଯାତ୍ରୀଙ୍କ ପାଇଁ ଅଟୋ ଷ୍ଟାଣ୍ଡର ବ୍ୟବସ୍ଥା ଏଯାବତ୍ ହୋଇନାହିଁ।ଏସବୁକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆଜିର ଏହି ଧାରଣାରେ ସନ୍ତୋଷ କୁମାର ମହାପାତ୍ର, ନାରାୟଣ ଖୁଣ୍ଟିଆ, ଡକ୍ଟର ସୁଦର୍ଶନ ବଳିଆରସିଂହ, ପତିତପାବନ ପଣ୍ଡା, ସତ୍ୟନାରାୟଣ ସାମନ୍ତସିଂହାର, ଦାମୋଦର ସାମନ୍ତରାୟ, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ