
ଭଦ୍ରକ, ୭ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ଧୁଶୁରି ଅଂଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଛି। ପରେ ଧାମନଗର ବ୍ଲକ ପାଳସାହି ପଂଚାୟତର ବିଜେପି ତରଫରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋହନ ସରକାରଙ୍କ ବିକାଶ ଧାରା, ରାଜ୍ୟ ନେତୃତ୍ୱ ଏବଂ ସର୍ବୋପରି ଧାମନଗର ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଉଚ୍ଚ ଶିକ୍ଷା, ଯୁବ ବ୍ୟାପାର, ସଂସ୍କୃତି ଏବଂ କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳସାହି ପଂଚାୟତର ସରପଂଚ ଅଜୟ ମଳିକ, ପୂର୍ବତନ ସରପଂଚ ତଥା ବିଜେଡ଼ି ଦଳର ଯୁବ ନେତୃତ୍ୱ ସୁଶାନ୍ତ ନାୟକ, ନାଏବ ସରପଂଚଙ୍କ ସମେତ ପଂଚାୟତର ଶତାଧିକ କର୍ମୀ ବିଜେଡ଼ି ଏବଂ କଂଗ୍ରେସ ଦଳ ପରିତ୍ୟାଗ କରି ମନ୍ତ୍ରୀଙ୍କ ଉପସ୍ଥିତି ରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ସାଂସଦଙ୍କ ପ୍ରତିନିଧି ମନୋଜ ମଲ୍ଲିକ, ଜିଲ୍ଲା ବିଜେପି ଉପସଭାପତି ଚତୁର୍ଭୁଜ ନାୟକ, ଧୂଷୁରୀ ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁ, ବରିଷ୍ଠ ନେତା ରଘୁନାଥ ଲେଙ୍କା, ନାରାୟଣ ଚନ୍ଦ୍ର ସାହୁ, କୈଳାସ ମହାପାତ୍ର, ସରପଂଚ ଅନ୍ତର୍ଯ୍ୟାମୀ ପତି ପ୍ରମୂଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ