
ଖୋର୍ଦ୍ଧା, ୦୪ ଡିସେମ୍ବର(ହି.ସ.) – ଜିଲ୍ଲାର ଭିନ୍ନଭିନ୍ନ ଥାନା ଅଂଚଳରେ ଗତ ଦୁଇଦିନ ଧରି ଚାଲୁଥିବା ଅବୈଧ ଖଣିଜ ଖନନ ଏବଂ ଅନଧିକୃତ ଭାବେ ମାଙ୍କଡା ପଥର, ମୋରମ୍ ଓ ବାଲି ପରିବହନ ପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ପୋଲିସ ଆଜି ଅନେକ ସ୍ଥାନରେ ସଂଯୁକ୍ତ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ସମୟରେ ଜବତ ହୋଇଥିବା ଗାଡ଼ି ମଧ୍ୟରେ ୬ଟି ଟ୍ରକ୍ ମାଙ୍କଡା ପଥର, ୪ଟି ବାଲି ଟ୍ରକ୍ ୩ଟି ମୋରମ୍ ଟ୍ରକ ସହିତ ବେଆଇନ ଖଣିଜ ଖନନରେ ବ୍ୟବହୃତ ଗୋଟିଏ ଜେଶିବି ମେସିନ ସମେତ ମୋଟ ୧୩ଟି ଯାନବାହନ ଜବତ କରିଛି। ଏପରିକି ଏହି ଚଢ଼ାଉ ସମୟରେ ଘଟଣାସୁଳରୁ ୦୫ ଜଣଙ୍କୁ ଗିରଫ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ