ସୁବର୍ଣ୍ଣପୁର ଠାରେ ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ - ୨୦୨୬ ଯୁବୋତ୍ସବ ପାଳିତ
ସୁବର୍ଣ୍ଣପୁର, ୪ ଡିସେମ୍ବର (ହି.ସ.)- ଆଜି ପୂର୍ବାହ୍ନ ୧୦ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଭବନ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ - ୨୦୨୬ ଯୁବୋତ୍ସବ ପାଳିତ ହୋଇଥିଲା। ଏହି ଯୁବୋତ୍ସବକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡଃ. ନୃପରାଜ ସାହୁଙ୍କ ଦ୍ଵାରା ଶୁଭ ଉଦ୍ଘାଟନ କରାଯାଇଥିଲା।
ସୁବର୍ଣ୍ଣପୁର ଠାରେ  ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ - ୨୦୨୬ ଯୁବୋତ୍ସବ ପାଳିତ।


ସୁବର୍ଣ୍ଣପୁର ଠାରେ  ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ - ୨୦୨୬ ଯୁବୋତ୍ସବ ପାଳିତ।


ସୁବର୍ଣ୍ଣପୁର ଠାରେ  ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ - ୨୦୨୬ ଯୁବୋତ୍ସବ ପାଳିତ।


ସୁବର୍ଣ୍ଣପୁର ଠାରେ  ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ - ୨୦୨୬ ଯୁବୋତ୍ସବ ପାଳିତ।


ସୁବର୍ଣ୍ଣପୁର ଠାରେ  ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ - ୨୦୨୬ ଯୁବୋତ୍ସବ ପାଳିତ।


ସୁବର୍ଣ୍ଣପୁର, ୪ ଡିସେମ୍ବର (ହି.ସ.)-

ଆଜି ପୂର୍ବାହ୍ନ ୧୦ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଭବନ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ - ୨୦୨୬ ଯୁବୋତ୍ସବ ପାଳିତ ହୋଇଥିଲା। ଏହି ଯୁବୋତ୍ସବକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡଃ. ନୃପରାଜ ସାହୁଙ୍କ ଦ୍ଵାରା ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଶୁଭ ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ସୋନପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷା, ଶ୍ରୀମତି ତାମସି ତମସ୍ମିତ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଯୁବୋତ୍ସବ ପାଳନ ଉପଲକ୍ଷେ ପ୍ରଥମ ପର୍ଯ୍ୟାୟରେ ଡି.ଡି.ଆର୍.ସି.ସ୍ଥିତ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ପୂର୍ବକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ତଦୋପରି ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଲୋକ ସଙ୍ଗୀତ ଓ ନାଚ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ବିଚାରକ ମାନେ ଶ୍ରେଷ୍ଠ ଲୋକ ସଙ୍ଗୀତ, ଗାୟକ ଗାୟିକା ଓ ଶ୍ରେଷ୍ଠ ଲୋକ ନାଚ ଚୟନ କରିଥିଲେ। ପାଠାଗାର ଠାରେ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା ଯୁବକ ଯୁବତୀ ମାନଙ୍କୁ ବିଚାରକ ମାନଙ୍କ ଚୟନ କରାଯାଇଥିଲା। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା କାର୍ଯ୍ୟାଳୟ , ସୁବର୍ଣ୍ଣପୁର ସ୍ଥିତ ସମ୍ମିଳନୀ କକ୍ଷରେ ଯୁବକ ଯୁବତୀ ମାନଙ୍କ ମଧ୍ୟରେ କାହାଣୀ ଓ ପଦ୍ୟ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ କାହାଣୀ ଓ ପଦ୍ୟ ଲିଖନ କରିଥିବା ଯୁବକ ଓ ଯୁବତୀ ମାନଙ୍କୁ ବିଚାରକ ମାନଙ୍କ ଦ୍ଵାରା ଚୟନ କରାଯାଇଥିଲା। ଏହି ଯୁବୋତ୍ସବ ଅବସରରେ ଅନୁଷ୍ଠିତ ହୋଇଥିବା ୦୭(ସାତ) ଗୋଟି ବର୍ଗର ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଥିବା ଯୁବକ ଯୁବତୀ ମାନେ ରାଜ୍ୟ ସ୍ତରୀୟ ଯୁବୋତ୍ସବ ରେ ଅଂଶ ଗ୍ରହଣ କରିବେ। ଏହି ଯୁବୋତ୍ସବ ର ଦ୍ଵିତୀୟ ପର୍ଯ୍ୟାୟର ଜିଲ୍ଲା ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ କୃତି ଯୁବକ ଯୁବତୀ ମାନଙ୍କୁ ପୁରସ୍କାର ବିତରଣ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସୋନପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତି ତାମସି ତାମସ୍ମିତ ନାୟକ, ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର ଓ ସୁଶ୍ରୀ ଯମୁନା ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଉପରୋକ୍ତ ପ୍ରତିଯୋଗିତା ମାନଙ୍କରେ କୃତିତ୍ୱ ହାସଲ କରିଥିବା ଯୁବକ ଯୁବତୀ ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ। ଏହି ଯୁବୋତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀ ମାନଙ୍କ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୋନପୁର, ସୁଶ୍ରୀ ପ୍ରୀତି ସୁନାଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande