ସରକାରୀ ମହିଳା ମହାବିଦ୍ୟାଳୟରେ କର୍କଟ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, ୪ ଡିସେମ୍ବର (ହି.ସ.)- ଆଜି ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ପରିସରରେ ରୋଟାରୀ କ୍ଲବ ଅଫ୍ ବଲାଙ୍ଗୀର, ସେଣ୍ଟ୍ରାଲ ଏବଂ ମହିଳା ମହାବିଦ୍ୟାଳୟର ୟୁଥ୍ ରେଡ଼କ୍ରସ୍ ଶାଖାର ମିଳିତ ଆନୁକୁଲ୍ୟରେ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅରବିନ୍ଦ କୁମାର ଓଝାଙ୍
ସରକାରୀ ମହିଳା ମହାବିଦ୍ୟାଳୟ ରେ କର୍କଟ ସଚେତନତା କାର୍ଯ୍ୟକ୍ରମ


ସରକାରୀ ମହିଳା ମହାବିଦ୍ୟାଳୟ ରେ କର୍କଟ ସଚେତନତା କାର୍ଯ୍ୟକ୍ରମ


ସରକାରୀ ମହିଳା ମହାବିଦ୍ୟାଳୟ ରେ କର୍କଟ ସଚେତନତା କାର୍ଯ୍ୟକ୍ରମ


ସରକାରୀ ମହିଳା ମହାବିଦ୍ୟାଳୟ ରେ କର୍କଟ ସଚେତନତା କାର୍ଯ୍ୟକ୍ରମ


ବଲାଙ୍ଗିର, ୪ ଡିସେମ୍ବର (ହି.ସ.)- ଆଜି ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ପରିସରରେ ରୋଟାରୀ କ୍ଲବ ଅଫ୍ ବଲାଙ୍ଗୀର, ସେଣ୍ଟ୍ରାଲ ଏବଂ ମହିଳା ମହାବିଦ୍ୟାଳୟର ୟୁଥ୍ ରେଡ଼କ୍ରସ୍ ଶାଖାର ମିଳିତ ଆନୁକୁଲ୍ୟରେ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ପି. ସି. ସାହୁ, ମୁଖ୍ୟବକ୍ତା ଡ଼ଃ. ଲିପ୍ସା ଦାସ, ଆସୋସିଏଟ୍ ପ୍ରଫେସର, ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ, ବଲାଙ୍ଗୀର, ସମ୍ମାନିତ ଅତିଥି ପୂର୍ବତନ ମହିଳା କମିଶନର ଜ୍ୟୋତି ପାଣିଗ୍ରାହୀ, ଦିପକ କୁମାର ପଣ୍ଡା, ଚେୟାରମେନ ଫାଇଟ୍ ଅଗେନ୍ସ କେନ୍ସର ଟ୍ରଷ୍ଟ, କ୍ଳବ୍ ସଭାପତି ଶୈଳେଶ ଅଗ୍ରୱାଲ, ସମ୍ପାଦକ ଅନୁପ ଅଗ୍ରୱାଲ, କୋଷାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ସଦସ୍ୟ ଭଜନ ଅଗ୍ରୱାଲ, ଶଙ୍କର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କର୍କଟ ବିରୋଧରେ ଜନ ସଚେତନତା ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଶାଖା କାଉନସିଲର ଡ଼ଃ. ଅନୁରାଧା ମିଶ୍ର, ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଅଜିତ କୁମାର ପଣ୍ଡା। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଆଦର୍ଶ କୁମାର ମହାପାତ୍ର ଏବଂ ନମ୍ରତା ପାଣିଗ୍ରାହୀ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଉପସ୍ଥିତ ରହି କର୍କଟ ସଚେତନତା ସମ୍ବନ୍ଧୀୟ ବିଭିନ୍ନ ସନ୍ଦେହ ନିବାରଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande