ପାଙ୍ଗାପାଯୁ ରେ ଦେଶୀ ବନ୍ଧୁକ କାରଖାନା ଠାବ:ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ ଜଣେ  ଗିରଫ
Country Made Gun factory detected one arrested
ପାଙ୍ଗାପାଯୁ ରେ ଦେଶୀ ବନ୍ଧୁକ କାରଖାନା ଠାବ:ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀ ଜବତ ଜଣେ  ଗିରଫ


କନ୍ଧମାଳ , ୪ ଡିସେମ୍ବର (ହି.ସ.) କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର କଟ୍ରିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଙ୍ଗାପାଯୁ ଅଞ୍ଚଳରେ ଗୋଟିଏ ଦେଶୀ ବନ୍ଧୁକ କାରଖାନା ଠାବ କରିଛି କନ୍ଧମାଳ ଜିଲ୍ଲା ପୋଲିସ, ସେଠାରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରିଛି ପୁଲିସ। ବାଞ୍ଛାନିଧି ବିନ୍ଧାଣି ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ଦେଶୀ ବନ୍ଧୁକ କାରଖାନା ଚଳାଇଥିବା ବ୍ଯକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ଆଜି ଏହି ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ କନ୍ଧମାଳ ଏସ୍ ପି ଶ୍ରୀ ହରିଶ ବିଶି । ଦେଇଥିବା ସୂଚନା ଅନୁଯାୟୀ ଏହି ସଂକ୍ରାନ୍ତରେ ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ଏସଡିପିଓ ଶୁଭ୍ରଜିତ ବିଶ୍ବାଳ ଙ୍କ ନେତୃତ୍ବରେ ଗୋଛାପଡା ପୋଲିସ ଅଧିକାରୀ ସଚିରଞ୍ଜିବି ବେହେରା,

ଏସ.ଆଇ ଅନନ୍ତ କୁମାର ପ୍ରଧାନ ଓ ତାଙ୍କ ପାଞ୍ଚ ଜଣିଆ ଟିମ୍ ଚଢ଼ାଉ କରିଥିଲେ ।ପୋଲିସ ସୂଚନା ପ୍ରକାରେ ବୁଧବାର ସକାଳ ୮ଟା ୩୫ ମିନିଟ୍ ସମୟରେ କଟ୍ରିଙ୍ଗିଆର ପାଙ୍ଗାପାଯୁ ଅଞ୍ଚଳରେ ପୋଲିସ ଟିମ ଧରି ଘରେ ଚଢାଉ କରି ବନ୍ଧୁକ ତିଆରି କାରଖାନାକୁ ଠାବ କରି ଘରେ ଦେଶୀ ବନ୍ଧୁକ ଏବଂ ପିସ୍ତଲ ତିଆରି, ମରାମତି ଏବଂ ବିକ୍ରୟ ପାଇଁ କରାଯାଉଥିବା ୱାର୍କସପ୍ ଉପରେ ଚଢାଉ କରି ତିନୋଟି ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ, ୪ଟି କାଠ ଫ୍ରେମ୍, ୧୦ଟି ବନ୍ଧୁକ ବ୍ୟାରେଲ୍, ଗୋଟିଏ ଏୟାର-ବ୍ଲୋୟର ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ ଉପକରଣ ଜବତ କରାଯାଇଛି । ଅଭିଯୁକ୍ତ ବାଞ୍ଛାନିଧି ବିନ୍ଧାଣି ୨୦୧୬ ରେ ମଧ୍ୟ ଦେଶୀ ବନ୍ଧୁକ ତିଆରି ପାଇଁ ଜେଲ୍ ଯାଇଥିବା ସାମ୍ବାଦିକ ସମ୍ମିଳିନୀରେ କହଯାଇଛି ଏବଂ ଏହି ଦେଶୀ ବନ୍ଧୁକ ଶିକାର କରିବା ପାଇଁ ଏବଂ ବିକିବା ପାଇଁ ତିଆରି କରୁଥିବା ବାଞ୍ଛାନିଧି କହିଥିବା ଜଣାପଡ଼ିଛି । ଗୋଛାପଡା ପୋଲିସ ସାମଗ୍ରୀଗୁଡ଼ିକୁ ଜବତ କରି ଅଭିଯୁକ୍ତଙ୍କୁ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧-ଏଏ) ଅନୁଯାୟୀ ଗିରଫ କରାଯାଇଥିବା ବେଳେ ଏହିି ସଂକ୍ରାନ୍ତରେ ଗୋଛାପଡା ଥାନାରେ ଏକ ମାମଲା

୨୪୧। ୨୦୨୫ ବେ ଆଇନ ଅସ୍ତ୍ରଶସ୍ତ୍ର ମାମଲା ରଜୁ କରିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ଇ ପି ଶ୍ରୀ ହରିଶ ବିଶି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande