
ଭୁବନେଶ୍ୱର, ୪ ଡିସେମ୍ବର (ହି.ସ.)- ଗୁରୁବାର ସକାଳେ ରାଉରକେଲା ଏବଂ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଥିବା ବେଳେ ସୋନପୁର, କୋରାପୁଟ ଓ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଏବଂ ଝାରସୁଗୁଡ଼ାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।
ଆଜି ସକାଳେ ରାଉରକେଲା ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଥିଲା ।
ସେହିପରି ସୋନପୁର, କୋରାପୁଟ ଓ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦୦ ମିଟର ମଧ୍ୟରେ ରହିଥିଲା ।
ଅନୁରୂପ ଭାବେ ଝାରସୁଗୁଡ଼ାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଥିଲା । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ