ଅବକାରି ଚଢଉ,୨ ଗିରଫ
ଜୟପୁର, ୪ ଡିସେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ପାତ୍ରପୁଟ ଓ ଖୋଟାଳାଗୁଡାରେ ଚଢଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାତ୍ରପୁଟର ଘାସି ଗୋଲରି ଓ ଖୋଟାଲାଗୁଡାର ତ୍ରିନାଥ ବାଗରିଆ । ସୂଚନା ଅନୁଯାୟୀ, ଦେଶି ମଦ ଚାଲା
ଦେଶି ମଦ ଚାଲାଣ,୨ ଗିରଫ


ଜୟପୁର, ୪ ଡିସେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ପାତ୍ରପୁଟ ଓ ଖୋଟାଳାଗୁଡାରେ ଚଢଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପାତ୍ରପୁଟର ଘାସି ଗୋଲରି ଓ ଖୋଟାଲାଗୁଡାର ତ୍ରିନାଥ ବାଗରିଆ । ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ୨ଟି ସ୍ଥାନରେ ଚଢଉ କରି ୨୮ ଲିଟର ଦେଶି ମଦ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶରି ହିରଣ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande