
କେନ୍ଦୁଝର, ୪ ଡିସେମ୍ବର (ହି.ସ.)-
କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋ ସ୍ଥିତ ଇଂ. ବସନ୍ତ କୁମାର ଦାନୀଙ୍କ ଦ୍ବାରା ପ୍ରତିଷ୍ଠିତ ଫାର୍ମାସୀ କଲେଜ କେନ୍ଦୁଝର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (KIMSR) ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବ୍ୟାଚ ୨୦୨୩-୨୫ ଡ଼ି ଫାର୍ମ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ. ବସନ୍ତ କୁମାର ଦାନୀ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନର ଅଧ୍ୟାପିକା ମନୀଷା ସେଠୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଶୁଭକାମନା ଜଣେଇଥିଲେ। ଅନୁଷ୍ଠାନର ପ୍ରଶାସକ ବିଭୁତି ଭୂଷଣ ସାହୁ ପିଲାମାନଙ୍କୁ ନିଜର ଭବିଷ୍ୟତ ଗଠନ ପାଇଁ ପରାମର୍ଶ ଦେଇଥିଲେ। କଲେଜର ଅଧ୍ୟକ୍ଷ ଅରୁଣ କୁମାର କାନୁନଗୋ ସୂଙ୍ଖଳିତ ଜୀବନଯାପନ କରିବାକୁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ତରଣୀ କାନ୍ତ ସ୍ୱାଇଁ, ଅଧ୍ୟାପକ ରୋହନ ବେହେରା, ଅମନ ସାହୁ, ମୀନକେତନ ନାଏକ ଓ ଅଧ୍ୟାପିକା ଅଞ୍ଜିତା ଦତ୍ତ, ମନ୍ଦାକିନି ମହାନ୍ତି, ଜ୍ୟୋତିପ୍ରଭା ବଳ ଓ ସମସ୍ତ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA