ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ :
ବଲାଙ୍ଗିର, 4 ଡିସେମ୍ବର (ହି.ସ.) ଆଜି ୪/୧୨/୨୫ ତାରିଖରେ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରରେ ଜାତୀୟ ସେବା ଯୋଜନା ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ୩୦
ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ :


ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ :


ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ :


ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ :


ବଲାଙ୍ଗିର, 4 ଡିସେମ୍ବର (ହି.ସ.)

ଆଜି ୪/୧୨/୨୫ ତାରିଖରେ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରରେ ଜାତୀୟ ସେବା ଯୋଜନା ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ୩୦ ଜଣ କର୍ମଚାରୀ ଏବଂ ୯୦ ଜଣ ଛାତ୍ରୀ ଚକ୍ଷୁ ପରୀକ୍ଷା କରାଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ଆଖିର ଯତ୍ନ ନେବା ନିମନ୍ତେ ସମସ୍ତଙ୍କୁ ଉପଦେଶ ଦେଇଥିଲେ I NSS କାର୍ଯ୍ୟକ୍ରମ ଅଧିକାରିଣୀ ଡ଼ଃ ମିନତୀ ଦେବତା ସମସ୍ତ ଚକ୍ଷୁ ବିଶେଷଜ୍ଞ, ସମସ୍ତ କର୍ମଚାରୀ, ସମସ୍ତ NSS ସ୍ବେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନାରେ ଶ୍ରୀ ଅଜିତ କୁମାର ପଣ୍ଡା ପ୍ରମୁଖ ଅଧ୍ୟାପକ ସହଯୋଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande