
ଗଞାମ, ୪ ଡିସେମ୍ବର (ହି.ସ.)- କିଛି ମାସ ପୂର୍ବେ ସଂପୂର୍ଣ୍ଣ ଜିଲାରେ ସମସ୍ତ କାର୍ଯ୍ୟାଳୟକୁ ପେପର ଲେସ କରିବାକୁ ତଳୁ ଉପର ଯାଏ ଅଧିକାରୀ ମାନେ ଶପଥ ନେଇଥିଲେ । ପୁରା ଜିଲାକୁ ଏକ ନମ୍ବର କରିବାକୁ ମଧ୍ୟ କସରତ ଆରମ୍ଭ ହୋଇଯାଇଥିଲା। ଶେଷରେ ମିଳିଛି ସଫଳତା, ତିନି ମାସର ପରିଶ୍ରମ ପରେ ଗଂଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସଂପୂର୍ଣ୍ଣ କାଗଜ ମୁକ୍ତ ହୋଇଛି । ଏଣିକିଓସ୍ୱାସ ଛଡା କୌଣସି ସରକାରୀ ଫାଇଲ ଦସ୍ତଖତ ହେବ ନାହିଁ। ସାରା ରାଜ୍ଯରେ ଗଂଜାମ ଜିଲା ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣାଞ୍ଚଳ ଡିଭିଜନ ବି ପ୍ରଥମ ସ୍ଥାନ ଗ୍ରହଣ କରଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ