
ସୁବର୍ଣ୍ଣପୁର, ୦୪ ଡିସେମ୍ବର(ହି.ସ.) – ସହରର ଘୋଡାଘାଟପଡା ସ୍ଥିତ ମହାରଣା ପଡାଠାରେ ଦୀର୍ଘ ଏକମାସ ଧରି ବ୍ରାଇଟ୍ ହ୍ୟୁମାନ ଏକ୍ସନ ଏଣ୍ଡ ଭଏସ୍ ଭୂବନେଶ୍ୱର ପକ୍ଷରୁ ଚାଲିଥିବା ଗଞ୍ଜପା ତିଆରି କରିବାର କୌଶଳ ଶିକ୍ଷା ଦିଆଯାଇ ଆତ୍ମନିର୍ଭରଶୀଳ ହେବାକୁ ଯେଉଁ କାର୍ଯ୍ୟକ୍ରମ ଚାଲିଥିଲା ଆଜି ତାହା ଉଦଯାପିତ ହୋଇଯାଇଛି। ଏଥିପାଇଁ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଯୋଗଦେଇ ଗଞ୍ଜପା ଏକ ପାରମ୍ପାରିକ ରାଜକୀୟ ଖେଳ। ଏହା ଆମ ଅଂଚଳରେ ଏବେ ପ୍ରାୟ ଲୁପ୍ତ ହେବାକୁ ବସିଲାଣି ଏହାର ପୁନରୁଦ୍ଧାର ଆବଶ୍ୟକ ହୋଇପଡିଛି। ଏହାର କଳା କୌଶଳକୁ ବଂଚାଇ ରଖିବା ସହ ଏହାର ପ୍ରସ୍ତୁତି ନିଶ୍ଚିତ ଭାବରେ ଅନେକଙ୍କ ପାଇଁ ଆତ୍ମନିର୍ଭରଶୀଳର ସୁଯୋଗ ସୃଷ୍ଟି କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବରେ ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସି ତାମସ୍ମୀତା ନାଏକ, ସମ୍ବଲପୁର ହେଣ୍ଡିକ୍ରାପ୍ଟ ଅଧିକାରୀ କୁମାରୀ ଶୈଳଜା, ଡାଇରେକ୍ଟର ସୌରଭ କର, ଓଡିଶା ରାଜ୍ୟ କୋଅର୍ଡିନେଟର ଜଗନ୍ନାଥ ରାଉଳ, ପଶ୍ଚିମ ଓଡ଼ିଶା କୋଅର୍ଡିନେଟର ଲଳିତ ମେହେର, ସୁବର୍ଣ୍ଣପୁର ଓରମାସ୍ ସିଇଓ ସମୀର ନାୟକ, ଡିଜାଇନର ଜ୍ୟୋତିରଞ୍ଜନ ସାହୁ ଓ ଶିକ୍ଷକ ଭାବରେ ଗୁରୁ ସତ୍ୟନାରାୟଣ ମହାରଣା ପ୍ରମୁଖ ଯୋଗଦେଇଥିଲେ ଏହି ଆବସରରେ ଗଞ୍ଜପା ଟ୍ରେନିଂ ନେଇଥିବା ସମସ୍ତ ୩୦ ଜଣଙ୍କୁ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ