ଜିଲ୍ଲା ବ୍ରାହ୍ମଣ ମହାସଭାର ଗୀତା ଜୟନ୍ତୀ ପାଳନ
ବଲାଙ୍ଗିର, ୪ ଡିସେମ୍ବର (ହି.ସ.)- ଭଗବାନ ନୃସିଂହଙ୍କର ଅହେତୁକ କରୁଣା ରୁ ଜିଲ୍ଲା ବ୍ରାହ୍ମଣ ମହାସଭା ଗୀତା ଜୟନ୍ତୀ ଗତକାଲି ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ସମ୍ମୁଖରେ ଶତାଧିକ ବ୍ରାହ୍ମଣ ଏବଂ ମହିଳା ଶକ୍ତି ଙ୍କ ଉପସ୍ଥିତିରେ ଅଭୁତପୂର୍ବ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି । ମୁଖ୍ୟ ପାଠକ ଧନଞ୍ଜୟ
ଜିଲ୍ଲା ବ୍ରାହ୍ମଣ ମହାସଭାର ଗୀତା ଜୟନ୍ତୀ ପାଳନ


ଜିଲ୍ଲା ବ୍ରାହ୍ମଣ ମହାସଭାର ଗୀତା ଜୟନ୍ତୀ ପାଳନ


ଜିଲ୍ଲା ବ୍ରାହ୍ମଣ ମହାସଭାର ଗୀତା ଜୟନ୍ତୀ ପାଳନ


ଜିଲ୍ଲା ବ୍ରାହ୍ମଣ ମହାସଭାର ଗୀତା ଜୟନ୍ତୀ ପାଳନ


ଜିଲ୍ଲା ବ୍ରାହ୍ମଣ ମହାସଭାର ଗୀତା ଜୟନ୍ତୀ ପାଳନ


ଜିଲ୍ଲା ବ୍ରାହ୍ମଣ ମହାସଭାର ଗୀତା ଜୟନ୍ତୀ ପାଳନ


ବଲାଙ୍ଗିର, ୪ ଡିସେମ୍ବର (ହି.ସ.)- ଭଗବାନ ନୃସିଂହଙ୍କର ଅହେତୁକ କରୁଣା ରୁ ଜିଲ୍ଲା ବ୍ରାହ୍ମଣ ମହାସଭା ଗୀତା ଜୟନ୍ତୀ ଗତକାଲି ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁଙ୍କ ସମ୍ମୁଖରେ ଶତାଧିକ ବ୍ରାହ୍ମଣ ଏବଂ ମହିଳା ଶକ୍ତି ଙ୍କ ଉପସ୍ଥିତିରେ ଅଭୁତପୂର୍ବ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି । ମୁଖ୍ୟ ପାଠକ ଧନଞ୍ଜୟ ମିଶ୍ରଙ୍କ ସମେତ ଶ୍ୟାମ ସୁନ୍ଦର ଦାଶ, ସତ୍ୟବନ୍ତ ବେଦବାକ, ଜଗନ୍ନାଥ ଷଡଙ୍ଗୀ, ଷଡାନନ ହୋତା, ଶଙ୍କର୍ଷଣ ପାଣିଗ୍ରାହୀ, କାଳି ପ୍ରସାଦ ମିଶ୍ର, ସ୍ୱାଧିନ କୁମାର ମିଶ୍ର, ବାଳକୃଷ୍ଣ ଷଡଙ୍ଗି, ଗୋପବନ୍ଧୁ ପୁରୋହିତ ପ୍ରମୁଖ ୧୧ ଜଣ ବ୍ରାହ୍ମଣଙ୍କର ସମବେତ ଗୀତା ଶ୍ଲୋକ ମନ୍ତ୍ରଉଚ୍ଚାରଣରେ ଆଚାର୍ଯ୍ୟ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି ଏବଂ ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦଙ୍କ ତତ୍ୱାବଧାନରେ ଗୀତା ଯଜ୍ଞ ହବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ହବନ କାର୍ଯ୍ୟକ୍ରମରେ ୬ ଯୋଡି କର୍ତ୍ତା କତ୍ତ୍ରୀ ବିଶ୍ୱନାଥ ମିଶ୍ର ଏବଂ ତୁଳସୀ ମଂଜରୀ ମିଶ୍ର, କବିରାଜ ହୋତା ଏବଂ ମୀନା ମିଶ୍ର, ଡ. ଗୋଦାବରୀଶ ରଥ ଏବଂ ଡ. ସନ୍ଧ୍ୟାରାଣି ପଣ୍ଡା, ଧର୍ମସିଂହ ମିଶ୍ର ଏବଂ ଜେମାଦେଇ ମିଶ୍ର, କେଶବ ଚରଣ ମିଶ୍ର ଏବଂ ମମତା ମିଶ୍ର ତଥା ସସ୍ତ୍ରିକ ବଳରାମ ମିଶ୍ର କର୍ତ୍ତକତ୍ରି ଭାବରେ ହବନ କାର୍ଯ୍ୟକ୍ରମ କରିଥିଲେ । ପ୍ରାୟ ୬୦ ଜଣ ମହିଳାଙ୍କର ତୁଳସି ଅଚ୍ଚନରେ ମହାପ୍ରଭୁ ଶ୍ରୀନୃସିଂହଙ୍କର ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଯାଇଥିଲା । ଏକ ଆକର୍ଷଣିୟ ଘଟଣାକ୍ରମରେ କେଶବ ପ୍ରତିମା ମିଶ୍ର ଙ୍କର ଏକମାତ୍ର ନାତୁଣି ତଥା ସୌମ୍ୟା ସେଫାଲିକା ମିଶ୍ରଙ୍କ ଏକମାତ୍ର ଶିଶୁ କନ୍ୟା ଆୟୁଷ୍ମତୀ ଚର୍ଚ୍ଚିକା ଗୀତା ଜୟନ୍ତୀ ଜନ୍ମ ତିଥିରେ ବ୍ରାହ୍ମଣମାନେ ସମ୍ମିଳିତ ଆଶିର୍ବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଭୁଦତ୍ତ ଶତପଥି, ଗୋପିନାଥ ନାୟକ, ରାଜ କିଶୋର ଦାଶ, ସଂଜୟ କୁମାର ପୁରୋହିତ, ଅଶୋକ ମିଶ୍ର, ପୁରୋଷୋତ୍ତମ ପଣ୍ଡା, ପଂଚାନନ ବେଦବାକ, ଜୟବିହାରୀ ବେଦବାକ, ଶୁଶାନ୍ତ ପଣ୍ଡା, ଶୁଭେନ୍ଦ୍ର ନେପାକ , ସାନ୍ତନୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ଧନଞ୍ଜୟ ମିଶ୍ର ଏବଂ ସଂପାଦକ ଶ୍ୟାମ ସୁନ୍ଦର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande