ଡାକ୍ତରୀ ଛାତ୍ରୀଙ୍କୁ ଗ୍ରୀନ ପେସେଜ ସାର୍ଟିଫିକେଟ ପ୍ରଦାନ
ବଲାଙ୍ଗିର, ୪ ଡିସେମ୍ବର (ହି.ସ.)- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ ଡାକ୍ତରୀ ଛାତ୍ରୀଙ୍କୁ ଗ୍ରୀନ ପେସେଜ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପତ୍ର ସଂଖ୍ୟା ୪୩୮୦୦, ତା ୧୮.୧୨.୨୦୨୨ ଯଏଣ୍ଟ ସେକ୍ରେଟାରୀ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଗ
ଡାକ୍ତରୀ ଛାତ୍ରୀ ଙ୍କୁ ଗ୍ରୀନ ପେସେଜ ସାର୍ଟିଫିକେଟ ପ୍ରଦାନ।


ବଲାଙ୍ଗିର, ୪ ଡିସେମ୍ବର (ହି.ସ.)- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ ଡାକ୍ତରୀ ଛାତ୍ରୀଙ୍କୁ ଗ୍ରୀନ ପେସେଜ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପତ୍ର ସଂଖ୍ୟା ୪୩୮୦୦, ତା ୧୮.୧୨.୨୦୨୨ ଯଏଣ୍ଟ ସେକ୍ରେଟାରୀ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଗ୍ରୀନ ପାସେଜ୍ ସାର୍ଟିଫିକେଟ କୋଭିଡ ୧୯ ରେ ମୃତ୍ୟୁବରଣ କରିଥିବା ଘରର ମୁଖ୍ୟ ହୋଇଥିଲେ ଶିଶୁ ମାନଙ୍କୁ ଗ୍ରୀନ ପାସେଜ୍ ସାର୍ଟିଫିକେଟ ପ୍ରଦାନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସାର୍ଟିଫିକେଟରେ ଜଣେ ଛାତ୍ର କିମ୍ବା ଛାତ୍ରୀ ନାମ ଲେଖା ଫି, ପରୀକ୍ଷା ଫି, ହଷ୍ଟେଲ ଫି, ଲାବୋରେଟରୀ ଫି, ଲାଇବ୍ରେରୀ ଫି, କଲେଜ ଫି ଛାଡ଼ କରିବାକୁ ସାଧାରଣ/ବୃତ୍ତି ଭିତ୍ତିକ/ ବୈଷୟିକ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଅଛି। କୋଭିଡ୍ ସମୟରେ ଦାମୋଦର କଟୁଆ ଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଝିଅ ଅନନ୍ୟା କଟୁଆ ଭାଙ୍ଗି ନପଡ଼ି ମା ଙ୍କ ଦୃଢ ପଦକ୍ଷେପ, ସାହାସ, ଧର୍ଯ୍ୟ ଧରି ନିଷ୍ଠାର ସହ ପାଠ ପଢିବାକୁ ଝିଅ ଅନନ୍ୟାକୁ ପ୍ରବର୍ତାଇଥିଲେ ଏବଂ ଝିଅ ମଧ୍ୟ ଆତ୍ମ ବିଶ୍ବାସ ରଖି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇ ସଫଳତା ପାଇଥିଲେ। ବର୍ତ୍ତମାନ ସେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ଭବାନୀପାଟଣାରେ ନାମ ଲେଖିଛନ୍ତି। ବର୍ତ୍ତମାନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଠାରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆବଶ୍ୟକ ପ୍ରମାଣପତ୍ର କାଗଜ ଦେଇ ଗ୍ରୀନ ପାସେଜ୍ ସାର୍ଟିଫିକେଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡ. ଅନୁପମା ପ୍ରଧାନ ପ୍ରଦାନ କରିଛନ୍ତି ଯାହା ଫଳରେ ମାଗଣାରେ ଶିକ୍ଷା ପାଇ ଜଣେ ଡାକ୍ତର ହୋଇପାରିବ । ଏହା ସହିତ ରାଜ୍ୟ ସରକାରଙ୍କ ଯଶୋଦା ଯୋଜନାରେ ମଧ୍ୟ ବାର୍ଷିକ ୫୦୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ପ୍ରକାଶ କରିଛନ୍ତି। ଏହା ଫଳରେ ଅନନ୍ୟା ଓ ତାଙ୍କ ମା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଧନ୍ୟବାଦ୍ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande