ବିଶିଷ୍ଟ ଶିକ୍ଷାବିତ୍ ସମାଜସେବିକା ଇଜାତୁନ୍ ନିସାଙ୍କ ପରଲୋକ
ଭଦ୍ରକ, ୪ ଡିସେମ୍ବର (ହି.ସ.) - ଭଦ୍ରକର ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବିକା ତଥା ଭଦ୍ରକର ସୁନାମଧନ୍ୟ ଡ଼ାକ୍ତର ସ୍ୱର୍ଗତ ମିର୍ଜାଙ୍କ ଧର୍ମପତ୍ନୀ ଇଜାତୁନ୍ ନିସାଙ୍କ ତାଙ୍କ ପୁରୁଣାବଜାରସ୍ଥିତ ବାସଭବନ ୭୫ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ଦେହାନ୍ତରେ ଭଦ୍ରକରେ ଶୋକର ଛାୟା ଖେଳିଯାଇଛି । ଯେତେବେଳ
IJATUN NISHA NKA PARALOKA


ଭଦ୍ରକ, ୪ ଡିସେମ୍ବର (ହି.ସ.) - ଭଦ୍ରକର ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବିକା ତଥା ଭଦ୍ରକର ସୁନାମଧନ୍ୟ ଡ଼ାକ୍ତର ସ୍ୱର୍ଗତ ମିର୍ଜାଙ୍କ ଧର୍ମପତ୍ନୀ ଇଜାତୁନ୍ ନିସାଙ୍କ ତାଙ୍କ ପୁରୁଣାବଜାରସ୍ଥିତ ବାସଭବନ ୭୫ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ଦେହାନ୍ତରେ ଭଦ୍ରକରେ ଶୋକର ଛାୟା ଖେଳିଯାଇଛି । ଯେତେବେଳେ ନାରୀଶିକ୍ଷାର ପ୍ରସାର ପ୍ରଚାର ଘଟିନଥିଲା ୧୯୬୦ ମସିହାରେ ସ୍ୱର୍ଗତ ଇଜାତୁନ୍ ନିସା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ ଓ ରାଧାନାଥ ତାଲିମ କେନ୍ଦ୍ରରୁ ଉଚ୍ଚ ଶିକ୍ଷା ଗ୍ରହଣ କଲାପରେ ସେ କଟକର ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରା ଭାବେ ଯୋଗଦାନ କରିଥିଲେ । ପରେ ଭଦ୍ରକ ପୌରପାଳିକସ୍ଥିତ ହାଜି ମେହମୁଦ ବାଳିକା ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରି ନିଷ୍ଠାପର ଭାବରେ ନିଜର କର୍ତବ୍ୟ ପରିଚାଳନା କରିଥିଲେ । ସେ ବିଶେଷତଃ ସଂଖ୍ୟାଲଘୁ ସଂପ୍ରଦାୟର ବାଳିକାମାନଙ୍କୁ ଉଚ୍ଚ ଶିକ୍ଷାଗ୍ରହଣ କରିବାପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରିବା ସହିତ ବାଳିକାମାନଙ୍କୁ ଅଗ୍ରଣୀ ମୁହାଁ କରିପାରିଥିଲେ । ତତ୍ ସହିତ ସେ ଭଦ୍ରକ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଥିଲେ । ତାଙ୍କର ମୃତ୍ୟୁ ଖବର ମିଳିବା ପରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ, ଭଦ୍ରକର ପୌରପାଳିକା ଚେୟାରମ୍ୟାନ୍ ଗୁଲ୍‌ମକ୍କି ହବିବି, ଯୁବନେତା ଜାହିଦ୍ ହବିବ୍‌, ସମାଜସେବୀ ହାଜି ଏସ୍‌.ଏମ୍‌.ଫାରୁକ, ହରିପ୍ରସାଦ ନନ୍ଦୀ, ସୁଧାକର ରାଉତ ଏବଂ ବିଭିନ୍ନ ଆଡ଼ୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନରେ ପହଂଚି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟ ନିକଟରେ ତାଙ୍କର ତିନିଜଣ ସନ୍ତାନ ଉପସ୍ଥିତ ଥିଲେ । ବରପଦା ଇଂଜିନିୟରିଂ କଲେଜର ଫ୍ରଫେସର ସାଜିଦ୍ ମିର୍ଜାଙ୍କ ମାତୃଦେବୀ ଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande