ରାଜ୍ୟ ସ୍ତରୀୟ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପ୍ରତିଯୋଗିତାରେ ବୁର୍ଲା ଓ ବୈଜାମୁଣ୍ଡା ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ସମ୍ବଲପୁର, ୪ ଡିସେମ୍ବର (ହି.ସ.)- ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ–୨୦୨୫’ ଅବସରରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସମ୍ବଲପୁରର ବୁର୍ଲା ସ୍ପେଶାଲ୍ ସ୍କୁଲ୍ ଫର୍ ଦି ଡେଫ୍ ଓ ଆଇଆଇସି ବୈଜାମୁଣ୍ଡାର ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ସଫଳତା ହାସଲ କରିଛନ୍ତି । ଆଥେଲେଟିକ୍ସ ଇଭେଣ୍ଟରେ ପୁଜା ଓରାମ୍ ୧୦୦ ମିଟର୍ ଦୌଡରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ସଟ୍‌ପୁଟ୍‌ରେ ମଧ୍ୟ ପ୍ରଥମ ସ୍ଥାନ ପାଇଛନ୍ତି । ଲିଜା ଓରାମ୍ ସଟ୍‌ପୁଟ୍‌ରେ ଦ୍ବିତୀୟ ସ୍ଥାନ ଓ ମହିମା ପାଢ଼ାନ୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ମଧ୍ୟ ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଚିତ୍ରାଙ୍କନର ଜୁନିଅର୍ ବାଳିକା ବର୍ଗରେ ପ୍ରିୟା ସାହୁ ପ୍ରଥମ ସ୍ଥାନ, ସବ୍-ଜୁନିଅର୍ ବର୍ଗରେ ସୁବର୍ଣ୍ଣ ସରଙ୍ଗୀ ଦ୍ବିତୀୟ ସ୍ଥାନ ଅର୍ଜନ କରିଛନ୍ତି। ଜୁନିଅର୍ ବାଳକ ବର୍ଗରେ ରଜତ ଭୋଇ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସିନିଅର୍ ବାଳକ ବର୍ଗରେ ସୁଭମ ବାରିକ୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ପରିପ୍ରେକ୍ଷୀ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ସମ୍ବଲପୁର ଜ଼ିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା।

ଜିଲ୍ଲାପାଳ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ଦକ୍ଷତାର ଉଚ୍ଚ ପ୍ରଶଂସା କରିବା ସହିତ ଉତ୍ସାହିତ କରିଥିଲେ। ଭିତ୍ତିଭୂମିର ସମସ୍ତ ଅଭାବକୁ ଦୂର କରାଯାଇ ପିଲାମାନଙ୍କୁ ଜିଲ୍ଲା ପାଣ୍ଠିରୁ ସେମାନଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଜିଲ୍ଲାପାଳ କହିଥିଲେ । ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ଉନ୍ନତି କରିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande