
ଘଟଗାଁ, ୦୪ ଡିସେମ୍ବର(ହି.ସ.) – କଲ୍ୟାଣ ସ୍ୱଚ୍ଛୋସେବୀ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନସମ ଦିବସ ପାଳିତ ହୋଇଯାଇଛି। ସ୍ୱେଚ୍ଛୋସେବୀ ଦେବରାଜ ସାହୁଙ୍କ ସଂଯୋଜନା ରେ ଆୟୋଜିତ ଭିର୍ନକ୍ଷମ ଦିବସ ପାଳନ ଅବସରରେ ଅତିଥି ଭାବେ ବରିଷ୍ଠ ନାଗରିକ ବୁଲୁପଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ତାଲିମ ମଧ୍ୟମରେ ଆମ୍ଭନିର୍ଭରଶୀଳ କରିବା ପାଇଁ ମତଦେଇ ଥିଲେ। କଲ୍ୟାଣର ସହଯୋଗୀ ଭରତ କୁମାର ମିଶ୍ର ଯୋଗ ଦେଇ ଆନନ୍ଦପୁର ଅଂଚଳରେ ରହୁଥିବା ଭିନ୍ନକ୍ଷମମାନେ ଅନେକ ସମୟରେ ବହୁ ଅସୁବିଧାରେ ସମ୍ମୁଖିନ ହେଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ଉପଦେଷ୍ଟା ଦିପକ କୁମାର ବାସ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଯୋଜନା ଥିବାବେଳେ ଭିନ୍ନକ୍ଷମ ମାନଙ୍କୁ ସାମିଲ କରିବା ପାଇଁ ସହଯୋଗ କରିବାକୁ ଦୃଢ ନିଷ୍ପତି ନେବା ପାଇଁ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ଅନୁରୋଧ କରିଥିଲେ। ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଥିବା ବେଳେ ଅଧିକାରୀ ଓ କର୍ମଚାରି ମାନେ ଏହି ଯୋଜନା କୁ କାର୍ଯ୍ୟକାରୀ କରିବା କୁ କୁଣ୍ଠାବୋଧ କରୁଥିବା କହିଥିଲେ। ଆଗାମୀ ଦିନରେ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍ମ ସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଗଲା। ଭକ୍ତ ବୈଠକ ରେ ପ୍ରଦୀପ କୁମାର ନାୟକ ,ଅଚ୍ୟତାନନ୍ଦ ଜେନା, ଦୀପକ କୁମାର ମହାନ୍ତୀ, ରଘୁନାଥ ସାହୁ ସୁରେନ୍ଦ୍ର କୁମାର ଦତ ପମୁଖ ଉପସିତ ଥିବାବେଳେ ସାମ୍ବାଦିକ ରତିକାନ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ