
ନୂଆପଡା, ୪ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧକ୍ଷତା କରିଥିବା ବେଳେ ନୂତନ ବିଦ୍ୟାଳୟ ବିଲ୍ଡିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ନିର୍ମାଣ ସଂସ୍ଥାକୁ ଆହ୍ବାନ କରିଥିଲେ। ବିଦ୍ୟାଳୟ ପାଇଁ ଆବଶ୍ୟକ ଅତିରିକ୍ତ ଶ୍ରେଣୀ ଗୃହ, ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଶୌଚାଳୟ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହାସହ ଆସନ୍ତା ଦିନରେ ଅନୁଷ୍ଠିତ ହେବାକୁ ଥିବା ଖଡିଆଳ ମହୋତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଏକ କୁଟୀର ଶିଳ୍ପ ପାଇଁ ଷ୍ଟଲ ଲାଗିବା ଉପରେ ଆଲୋଚନା ହୋଇଥିଲା। ଏକ ମାଗଣା ଷ୍ଟଲ ଅନୁରୋଧ କରିଛନ୍ତି।
ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ କୁମାର ସାହୁ, ସଦସ୍ୟ ତପନ ରଂଜନ ଦାସ, ଅଧିକ୍ଷଣ ଯନ୍ତ୍ରୀ ଶୈଳେଶ ଶୁକ୍ଳା, ତହସିଲଦାର ନରସିଂହ ଗଡବା, ବିଡ଼ିଓ ମିଳନ ଝଙ୍କାର,ଏନ୍ ଏ ସି ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ପ୍ରମୁଖ ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ