ବିଧାୟକ କାଉନସିଲର ଦାଦନ ଚାଲାଣକୁ ନେ଼ଇ ପରସ୍ପର ବିରୋଧରେ ଏତେଲା
ବଲାଙ୍ଗୀର, ୦୪ ଡିସେମ୍ବର(ହି.ସ.) – କଂଟାବାଞ୍ଜି ରେଲୱେ ଷ୍ଟେଶନ ଠାରେ ବୁଧବାର ରାତିରେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ କଂଟାବାଞ୍ଜି ଏନଏସି ୱାର୍ଡ ନମ୍ବର ୧ର କାଉନସିଲର ତଥା ବିଜେଡ଼ିର ମହମ୍ମଦ ଇମରାନ ଖାନ ମୁହାଁମୁହିଁ ହେବା ସହ ପରସ୍ପର ବିରୁଦ୍ଧରେ ଜିଆରପି ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।
ବିଧାୟକ କାଉନସିଲର ଦାଦନ ଚାଲାଣକୁ ନେ଼ଇ ପରସ୍ପର ବିରୋଧରେ ଏତେଲା


ବଲାଙ୍ଗୀର, ୦୪ ଡିସେମ୍ବର(ହି.ସ.) – କଂଟାବାଞ୍ଜି ରେଲୱେ ଷ୍ଟେଶନ ଠାରେ ବୁଧବାର ରାତିରେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ କଂଟାବାଞ୍ଜି ଏନଏସି ୱାର୍ଡ ନମ୍ବର ୧ର କାଉନସିଲର ତଥା ବିଜେଡ଼ିର ମହମ୍ମଦ ଇମରାନ ଖାନ ମୁହାଁମୁହିଁ ହେବା ସହ ପରସ୍ପର ବିରୁଦ୍ଧରେ ଜିଆରପି ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। କଂଟାବାଞ୍ଜି ବିଧାୟକ ବାଗ ଦାଦନ ଶ୍ରମିକ ଚାଲାଣ ପ୍ରସଙ୍ଗକୁ ନେଇ ଅଭିଯୋଗ କରିଥିବା ବେଳେ କଂଟାବାଞ୍ଜି ଏନଏସି କାଉନସିଲର୍ ଖାନ୍ ଦଳ ବିରୋଧୀ ଭାବନା ରଖି ମାମଲା କରିଥିବା ଅଭିଯୋଗ କରିଛନ୍ତି। ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande