'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' କାର୍ଯ୍ୟକାରୀ ପ୍ରସ୍ତୁତି
'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' କାର୍ଯ୍ୟକାରୀ ପ୍ରସ୍ତୁତି
'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' କାର୍ଯ୍ୟକାରୀ ପ୍ରସ୍ତୁତି


ସମ୍ବଲପୁର, ୪ ଡିସେମ୍ବର (ହି.ସ.)- କନ୍ଯାରତ୍ନ ମାନଙ୍କ ବିବାହ କରାଇବା ପାଇଁ ରାଜ୍ୟ ସରକାର ଏକ ଆକର୍ଷଣୀୟ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ବିଶେଷ ଭାବରେ ଗରିବ ଝିଅ ମାନଙ୍କୁ ଉପହାର ସ୍ୱରୂପ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ଆରମ୍ଭ କରିଛନ୍ତି । ଏଥିପାଇଁ ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଇଚ୍ଛୁକ କାର୍ଯ୍ୟକାରୀ ସଂସ୍ଥା ମାନଙ୍କ ପାଖରୁ ଆଗ୍ରହର ଅଭିବ୍ୟକ୍ତି (ଇ.ଓ.ଆଇ) ଆବେଦନ କରିଛନ୍ତି। ସେହିପରି ସମ୍ବଲପୁର ଜିଲ୍ଲାର ଇଚ୍ଛୁକ କାର୍ଯ୍ୟକାରୀ ସଂସ୍ଥା ମାନେ ଜିଲ୍ଲା ୱେବସାଇଟ୍ ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରିଣୀ ଗଣମାଧ୍ୟମକୁ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande