
ସମ୍ବଲପୁର, ୦୪ ଡିସେମ୍ବର(ହି.ସ.) – ବରିଷ୍ଠ ନାଗରିକ ମାନଙ୍କ ତୀର୍ଥଯାତ୍ରା ଯୋଜନାରେ ଆସନ୍ତା କାଲି(ଶୁକ୍ରବାର) ଦିନ ସମ୍ବଲପୁରରୁ ରାମେଶ୍ୱରମ୍, ମଦୁରାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ପୂର୍ବାହ୍ନ ୧୦ ଟା ବେଳେ ସମ୍ବଲପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାରମ୍ଭ କରିବାକୁ ଥିଲାବେଳେ ଏଥିରେ କେବଳ ମନୋନୀତ ତୀର୍ଥଯାତ୍ରୀ ମାନେ ହିଁ ଯାତ୍ରାରମ୍ଭ କରିବେ। ତେବେ ୮ଟି ଜିଲ୍ଲାର ମନୋନୀତ ବରିଷ୍ଠ ନାଗରିକଙ୍କୁ ନେଇ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ