
ନୂଆପଡା, ୪ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଖଡ଼ିଆଳ ବରିଷ୍ଠ ନାଗରିକ ସଂଘର ନବ ନିର୍ମିତ କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଖଡ଼ିଆଳ ବ୍ଲକ ଚେୟାରମେନ ପୁଷ୍ପାଞ୍ଜଳି ନନ୍ଦ, ଖଡ଼ିଆଳ ଏନଏସି ଚେୟାରମେନ ଉଜ୍ଜଳ ଗୁପ୍ତା, ଖଡ଼ିଆଳ ବିଡ଼ିଓ ମିଲନ କୁମାର ଝାଙ୍କର, ଖଡ଼ିଆଳ ତହସିଲଦାର ନରସିଂଙ୍ଗ ଗଡବା, ଖଡ଼ିଆଳ ଏନଏସି ଇଓ ସ୍ଵାଧୀନ କେତନ ମହାରଣା ପ୍ରମୁଖ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ।
ସୂଚନା ଥାଉକି, ଗତ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ପାଣ୍ଠିରେ ଉକ୍ତ କାର୍ଯ୍ୟାଳୟ ନିମାର୍ଣ ହୋଇଛି। ବରିଷ୍ଠ ନାଗରିକ ସଂଘର ସଭାପତି ରାମେଶ୍ବର ଅଗ୍ରୱାଲ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ଦଣ୍ଡସେନା, ବରିଷ୍ଠ ସଦସ୍ୟ ମେଜର ଡ. ରାମଚନ୍ଦ୍ର ମିଶ୍ର, ଡ.ଫଣିନ୍ଦମ ସିଂ ଦେଓ, ପୂର୍ବତନ ଖଡ଼ିଆଳ ଏନଏସି ଚେୟାରମେନ ନିମାଇଁ ଚରଣ ତାଣ୍ଡି, ସତିଶ ପଟ୍ଟନାୟକ, ଆଶିଷ ପଣ୍ଡା, କୈଳାଶ ଚନ୍ଦ୍ର ଅଗ୍ରୱାଲ, ପ୍ରଦୀପ ଖମାରୀ, ପ୍ରଦୀପ ତ୍ରିବେଦି, ଜିତେନ୍ଦ୍ର ପାଢ଼ୀ, ହରେନ୍ଦ୍ର ପଣ୍ଡା, ପୂର୍ବତନ ଖଡ଼ିଆଳ ବ୍ଲକ ଅଧକ୍ଷ ଉପେନ୍ଦ୍ର ମୁଣ୍ଡ, ସନ୍ତୋଷ କୁମାର ଦଣ୍ଡସେନା,ଶମ୍ଭୁ କିଶୋର ଦଣ୍ଡସେନା, ରମେଶ ଠାକୁର, ପ୍ରମୋଦ କୁମାର ସାହୁ, ସଂଗୀତଜ୍ଞ ନନ୍ଦଲାଲ ବାରିକ, ନନ୍ଦକିଶୋର ପ୍ରଧାନୀ, ଅଶ୍ୱିନୀ ପ୍ରଧାନୀ, ସିଦ୍ଧାର୍ଥ ଶଙ୍କର ଯୋଶୀ, ବିଜୟ ପ୍ରତାପ ସିଂ ମହାରଥା, ଭୁବନେଶ୍ୱର ପଟେଲ , ଜଗବନ୍ଧୁ ପଟେଲ ସମେତ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ