ମା ସୁରେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ପୁଷ୍ପ ଉଦ୍ୟାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର, ୦୪ ଡିସେମ୍ବର(ହି.ସ.) – ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ ଓ ପୁଷ୍ପ ଉଦ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଏସପି ଶ୍ରୀ ନାରାୟଣ ନାଏକ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରି ମା’ଙ୍କ
ମା ସୁରେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ପୁଷ୍ପ ଉଦ୍ୟାନ ଓ ବୃକ୍ଷ ରୋପଣ କାର୍ଯ୍ଯ କ୍ରମ


ମା ସୁରେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ପୁଷ୍ପ ଉଦ୍ୟାନ ଓ ବୃକ୍ଷ ରୋପଣ କାର୍ଯ୍ଯ କ୍ରମ


ମା ସୁରେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ପୁଷ୍ପ ଉଦ୍ୟାନ ଓ ବୃକ୍ଷ ରୋପଣ କାର୍ଯ୍ଯ କ୍ରମ


ସୁବର୍ଣ୍ଣପୁର, ୦୪ ଡିସେମ୍ବର(ହି.ସ.) – ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ ଓ ପୁଷ୍ପ ଉଦ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଏସପି ଶ୍ରୀ ନାରାୟଣ ନାଏକ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରି ମା’ଙ୍କ ପୀଠକୁ ସବୁଜ ବଳୟ ଓ ସବୁଜିମା ପରିବେଶ ସୃଷ୍ଟି କରିବାକୁ ସଂକଳ୍ପ ନେଇ ଭକ୍ତ ଓ ଜନ ସାଧାରଣଙ୍କୁ ସଚେତନତା ବାର୍ତା ପହଂଚାଇଥିଲେ। ଏହାସହିତ ମା’ଙ୍କ ପୀଠରେ ଆରମ୍ଭ ହୋଇଥିବା ଭବ୍ୟ କଲ୍ୟାଣ ମଣ୍ଡପର କାର୍ଯ୍ୟ ତଦାରଖ କରି ଏହାର ଗୁଣାତ୍ମକ କାର୍ଯ୍ୟ ହେବା ଜରୁରୀ ବୋଲି ସଂପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ କରିଥିଲେ ଓ ଏ ବିଷୟରେ ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମା ସୁରେଶ୍ୱରୀ ମନ୍ଦିରର ପୂଜକ କାଳୀ ପ୍ରସାଦ ମିଶ୍ର, ଯଜ୍ଞ କମିଟିର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ, ପ୍ରକାଶ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ପଠାଣ କୁମାର ପଣ୍ଡା, ସତ୍ୟ ନାରାୟଣ ତ୍ରୀପାଠୀ, କମିଟି ସଦସ୍ୟ ମନୋରଞ୍ଜନ ତ୍ରୀପାଠୀ, ଶେଷ ଦେବ ମେହେର, ଲଡୁ କିଶୋର ମଲ୍ଲିକ, ଗୋପାଳ ନେଗୀ, ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ପ୍ରମୁଖ କମିଟି ର ବହୁ ସଦସ୍ୟ, ମନ୍ଦିର ପୂଜକ ଓ ଭକ୍ତ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ଓ ଏସପି ମା ସୁରେଶ୍ୱରୀଙ୍କୁ ଦର୍ଶନ କରି ସହର, ଜିଲ୍ଲା ତଥା ରାଜ୍ୟର ମଙ୍ଗଳ କାମନା ଓ ଦ୍ରୁତ ବିକାଶ କାମନା କରିଥିଲେ। ମା’ଙ୍କ ଠାରୁ ଆଜ୍ଞାମାଳ ନେଇ ବୃକ୍ଷରୋପଣ ଓ ପୁଷ୍ପ ଉଦ୍ୟାନ କାର୍ଯ୍‌ଯ କ୍ରମ କୁ ଶୁଭାରମ୍ଭ କରିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ଶହେରୁ ଊର୍ଦ୍ଧ୍ୱ ପୁଷ୍ପ ଓ ପୋଷ୍ଟାଲ ପାମ ଗଛରୋପଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande