
ସୁବର୍ଣ୍ଣପୁର, ୦୪ ଡିସେମ୍ବର(ହି.ସ.) – କେହି ଦୃର୍ବୁତ ପୋଖରୀ ପାଣିରେ ବିଷ ପ୍ରୟୋଗ କରିଦେଇଥିବାରୁ ମାଛ ଜାଆଁଳା ସବୁ ମରି ଭାସୁଥିବା ଦେଖିବାକୁ ମିଳିଛି। ଘଟଣାଟି ଘଟିଛି ବିନିକା ବ୍ଲକ ଅନ୍ତର୍ଗତ ଶିଂହିଯୁବା ପଂଚାୟତ ଖଇରମାଲ ଗ୍ରାମ ପୋଖରୀରେ। ଥାନାରେ ଦିଆଯାଇଥିବା ଲିଖିତ ଅଭିଯୋଗ ଅନୁସାରେ ଗ୍ରାମର ଅନ୍ନପୂର୍ଣ୍ଣା ସ୍ୱଂୟ ସହାୟକ ଗୋଷ୍ଟି ଠାରୁ ଠିକାରେ ଆଣି ଷଷ୍ଟି ପାତ୍ର, କୁନା ପାତ୍ର, ତରୁଣ ପାତ୍ର ଓ ଦେବାଶିଷ ପାତ୍ର ଚାରି ଜଣ ଯାକ ମିଶି ଟଙ୍କା ଖର୍ଚ୍ଚାନ୍ତ କରି ପୋଖରୀରେ ମାଛ ଜାଆଁଳା ଛାଡ଼ି ଥିଲେ। ହେଲେ କେହି ଜଣେ ଦୃର୍ବୁତ ଅହଙ୍କାର ମନୋଭାବ ପୋଷଣ କରି ବୋଧେ ପାଣିରେ ବିଷ ପ୍ରୟୋଗ କରି ଦେଇଥିବାରୁ ମାଛ ଜାଆଁଳା ଗୁଡିକ ମରି ଭାସୁଛନ୍ତି। ଏହି ଘଟଣା ଦେଖିବା ପରେ ଷଷ୍ଟି ପାତ୍ର ବିନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ତେବେ ଦୂର୍ବୁତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ