
ଜୟପୁର , 4 ଡିସେମ୍ବର (ହି.ସ.)ଜୟପୁର ସହରର ଜଣେ ବ୍ୟବସାୟୀ ଡି.ସି ରାଜୁଙ୍କୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ସଦରପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା ଜୟନଗର ପାଇକ ସାହି ୪ର୍ଥ ଗଳିର ପ୍ରଶାନ୍ତ ବେହେରା (୨୯)। ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଜୟପୁର ସହରର ଜଣେ ବିଶଷ୍ଠ ବ୍ୟବସାୟୀ ଡି.ସି ରାଜୁ ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ରାତ୍ର ୮ଘଣ୍ଟା ସମୟରେ ବାରିଣିପୁଟ ନିକଟରେ ଦୁର୍ବୁତ୍ତ ମାନେ ଏକ କାରରେ ଆସି ଅପହରଣ କରି ନେଇଥିଲେ। ଅପହରଣର ଦୁଇଦିନ ମଧ୍ୟରେ ତାଙ୍କୁ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତକୁ ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳର ସିଙ୍ଗୁବାଇ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି