

ସମ୍ବଲପୁର, ୦୪, ଡିସେମ୍ବର (ହି.ସ.) ସତ୍ୟନାରାୟଣ ବହିଦାର ସାହିତ୍ୟ ପରିଷଦ ସମ୍ବଲପୁର ଆନୁକୁଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆଜି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ସମାବେଶ ସହିତ ଅଭିନନ୍ଦନ ସଭା, ଶୋକସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରଭଞ୍ଜନ ପୁରୋହିତଙ୍କ ପରିଚାଳନାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସଂଗଠକ ମୁକ୍ତକଣ୍ଠ ପ୍ରଧାନ, ସମ୍ମାନୀତ ଅତିଥି ଭାବେ କବି ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ଡ଼କ୍ଟର ଦୀପେନ କୁମାର ପଟ୍ଟନାୟକ ଯୋଗଦେଇ ସତ୍ୟନାରାୟଣ ବହିଦାରଙ୍କ ସାହିତ୍ୟ ସଂସ୍କୃତି ପ୍ରତି ଅବଦାନ ତଥା ସମ୍ବଲପୁରୀ ସାହିତ୍ୟର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହତ କବି ଉଜାଗର ମେହେରଙ୍କ ସ୍ମୃତିଚାରଣ କରିବା ସହିତ ବ୍ୟଙ୍ଗ କବି ଆଭାସ୍ ପଣ୍ଡାଙ୍କ ଜନ୍ମଦିନ ଓ କବୟିତ୍ରୀ କଳ୍ପନା ମହାପାତ୍ର ଓ ପ୍ରଦୀପ ମହାପାତ୍ରଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ପରମାଣପୁରର କବି ଉଜାଗର ମେହେରଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆଭାସ୍ ଓ କଲ୍ପନାଙ୍କୁ ଉପହାର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା । କାଳିନ୍ଦୀ ସିଂହଙ୍କ ସଂଯୋଜନା ଓ କମଳ ଲୋଚନ ପଣ୍ଡାଙ୍କ ସହଯୋଗରେ ଆୟୋଜିତ କବିତା ଆସରରେ ୩୦ ଜଣ କବି କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ କବୟିତ୍ରୀ ସିଦ୍ଧି ସ୍ୱରୂପା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ