
କେନ୍ଦୁଝର, 4 ଡିସେମ୍ବର (ହି.ସ.)
ଘଟଗାଁ ଥାନା ଅଧୀନ ବାଇଗଣପାଳ ଗାଁ ରେ ହାତ୍ୟାକାଣ୍ଡ ନୃଶଂସ ପାଲଟିଲା ଦେଢଶୁର,ଧାରୁଆ ମରଣା ଅସ୍ତ୍ର ସାହାଯ୍ୟରେ ନେଲା ଭାଇ ବହୂ ଜୀବନ। ଏଭଳି ରୋମ ହର୍ଷଣ କାରୀ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନ ଅଧୀନସ୍ଥ ବଡଜାମୁପୋଷି ଗ୍ରାମ ପଞ୍ଚାୟତ ବାଇଗଣ ପାଳ ମହାକୁଡ଼ ସାହିରେ। ଏହି ଗ୍ରାମର ନରହରି ମହାକୁଡ଼ ଙ୍କ ପୁଅ ଶୈଳ ମହାକୁଡ଼ (୫୦) ସାନ ଭାଇ ର ସ୍ତ୍ରୀ ନିରୁପମା ମହାକୁଡ଼(୩୫)କୁ କୌଣସି କାରଣ ବଚସାକୁ ନେଇ ଅପରାହ୍ନ ସମୟରେ ଏକ ଧାରୁଆ ବୁଡିଆ ସାହାଯ୍ୟରେ ହତ୍ୟା କରି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ଉକ୍ତ ହତ୍ୟା ଘଟଣା ସମ୍ପର୍କରେ ଘଟଗାଁ ଥାନା ଅଧିକାରୀ ଖବର ପାଇବା ପରେ ଘଟଗାଁ ପୋଲିସ ଟିମ ଘଟଣା ସ୍ଥଳକୁ ଯାଇ ଆସାମୀ ଶୈଳ ମହାକୁଡ଼କୁ ଗିରଫ କରିବାରେ ସଫଳ ହୋଇଛନ୍ତି।ଗିରଫ କରି ତାଙ୍କ ନାମରେ ଏକ ହତ୍ୟା ମାମଲା ୦୨୫/୫୬୯ ରଜୁ କରି ଅଧିକ ତଥ୍ୟ ପାଇଁ ଘଟଗାଁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣା ପଡିଛି।ଅନ୍ୟପକ୍ଷରେ ରିପୋର୍ଟ ପୂର୍ବରୁ ହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ତଦନ୍ତ ପରେ ଜଣା ପଡିବ ବୋଲି କେସ ତଦନ୍ତ କାରୀ ଅଫିସର ଗଙ୍ଗାଇ ଲାକାର ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA