ପଦ୍ମପୁର ୟୁଜିଏମଇ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଗଞ୍ଜାମ, ୪ ଡିସେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ୟୁଜିଏମଇ ସ୍କୁଲ ଫାଟକରେ ଛାତ୍ରଛାତ୍ରୀ ମାନେ ତାଲା ପକାଇ ଆଜି ଧାରଣାରେ ବସି ରହିଛନ୍ତି । ଏମାନଙ୍କ ସହିତ ସ୍କୁଲ ପରିଚାଳନା କମିଟି ସଦସ୍ୟସଦସ୍ୟା ଓ ଅଭିଭାବକମାନେ ମଧ୍ୟ ସାମିଲ୍ ହୋଇଛନ୍ତି । ଦୀର୍ଘ ଦିନ ହେଲା ପ୍ର
ପଦ୍ମପୁର ୟୁଜିଏମଇ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ


ଗଞ୍ଜାମ, ୪ ଡିସେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ୟୁଜିଏମଇ ସ୍କୁଲ ଫାଟକରେ ଛାତ୍ରଛାତ୍ରୀ ମାନେ ତାଲା ପକାଇ ଆଜି ଧାରଣାରେ ବସି ରହିଛନ୍ତି । ଏମାନଙ୍କ ସହିତ ସ୍କୁଲ ପରିଚାଳନା କମିଟି ସଦସ୍ୟସଦସ୍ୟା ଓ ଅଭିଭାବକମାନେ ମଧ୍ୟ ସାମିଲ୍ ହୋଇଛନ୍ତି ।

ଦୀର୍ଘ ଦିନ ହେଲା ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ଆସୁନଥିବା ଏବଂ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହୋଇଆସୁଛି । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଭଞ୍ଜନଗର ଉପଜିଲ୍ଲାପାଳ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ପୂର୍ବରୁ ଅବଗତ କରାଯାଇଥିବା ସତ୍ୱେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ କିମ୍ବା ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ବଦଳି କରାଯାଇନଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande