ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୫୨ ଜଣ ବରିଷ୍ଠ ନାଗରିକଙ୍କ ରାମେଶ୍ବର -ମଦୁରାଇ ଅଭିମୁଖେ ତୀର୍ଥ ଯାତ୍ରା
ସୁବର୍ଣ୍ଣପୁର, ୪ ଡିସେମ୍ବର (ହି.ସ.)- ଆଜି ଅପରାହ୍ନ ୨ଟା ୩୦ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୫୨ ଜଣ ବରିଷ୍ଠ ନାଗରିକଙ୍କ ରାମେଶ୍ବର - ମଦୁରାଇ ଆଧ୍ୟାତ୍ମିକ ତୀର୍ଥଯାତ୍ରାକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ଦ୍ଵ
ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା  ଯୋଜନାରେ  ସୁବର୍ଣ୍ଣପୁର ଜିଲ୍ଲାର ୫୨ ଜଣ ବରିଷ୍ଠ ନାଗରିକଙ୍କ ରାମେଶ୍ବର  - ମଦୁରାଇ ଅଭିମୁଖେ ତୀର୍ଥ ଯାତ୍ରା ଶୁଭାରମ୍ଭ।

ସୁବର୍ଣ୍ଣପୁର, ୪ ଡିସେମ୍ବର (ହି.ସ.)- ଆଜି ଅପରାହ୍ନ ୨ଟା ୩୦ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୫୨ ଜଣ ବରିଷ୍ଠ ନାଗରିକଙ୍କ ରାମେଶ୍ବର - ମଦୁରାଇ ଆଧ୍ୟାତ୍ମିକ ତୀର୍ଥଯାତ୍ରାକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ, ନିଜାରତ ଅଧିକାରୀ, ସୁବର୍ଣ୍ଣପୁର, ସତ୍ୟବ୍ରତ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ରମେଶ ଚନ୍ଦ୍ର ଗୋଛିଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଅର୍ଜୁନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୋନପୁର ସୁଶ୍ରୀ ପ୍ରୀତି ସୁନା ଓ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ୫୨ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନଙ୍କୁ ସହାୟତା ଓ ସହଯୋଗ କରିବା ପାଇଁ ଜିଲ୍ଲା କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ସହଦେବ ମେହେର ଓ ବିଶ୍ଵ ପ୍ରତାପ ସେଠ୍ ସହଯାତ୍ରୀ ଅଧିକାରୀ ଭାବେ ସାଙ୍ଗରେ ଯାଇଛନ୍ତି।

ସମସ୍ତ ତୀର୍ଥ ଯାତ୍ରୀ ଆଜିଠାରୁ ସେମାନଙ୍କର ଯାତ୍ରା ଆରମ୍ଭ କରି ଆଗାମୀ ତା ୧୦ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାକୁ ଫେରି ଆସିବେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande