ଡୁଡାମେଟଲା ନଦୀ ନିକଟରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର
ମାଲକାନଗିରି, ୪ ଡିସେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଡୁଡାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ନିଖୋଜ ନେଇ ଗତକାଲି କୋରୁ କୋଣ୍ଡା ଥାନାରେ ଏତଲା ଦାୟର ହୋଇଥିଲା। ଆଜି ସକାଳେ ମହିଳାଙ୍କ ମୁଣ୍ଡ ବିହୀନ ଶବକୁ ପରିବାର ଲୋକେ ଚିହ୍ନ
ଡୁଡାମେଟଲା ନଦୀ ନିକଟରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର


ମାଲକାନଗିରି, ୪ ଡିସେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଡୁଡାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ନିଖୋଜ ନେଇ ଗତକାଲି କୋରୁ କୋଣ୍ଡା ଥାନାରେ ଏତଲା ଦାୟର ହୋଇଥିଲା। ଆଜି ସକାଳେ ମହିଳାଙ୍କ ମୁଣ୍ଡ ବିହୀନ ଶବକୁ ପରିବାର ଲୋକେ ଚିହ୍ନଟ କରି କୋରୁ କୋଣ୍ଡା ପୁଲିସକୁ ସୂଚନା ଦେଇଥିଲେ।

ଘଟଣା ଅନୁଯାୟୀ କୋରୁ କୋଣ୍ଡା ଥାନା ଅଂଚଳର ରାଖାଲଗୁଡା ଗ୍ରାମର ସ୍ବର୍ଗତ ମୁକ୍କା ପଡିଆମିଙ୍କ ପତ୍ନୀ ଲାକେ ପଡିଆମି(୫୦) ଗତକାଲି ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଗତକାଲି ଠାରୁ ନିଖୋଜ ଥିବା ନେଇ କୋରୁ କୋଣ୍ଡା ଥାନାରେ ଏତଲା ଦାୟର କରିଥିଲେ। ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରୁଥିବା ବେଳେ ଆଜି ସକାଳୁ କାଲିମେଳା ବ୍ଲକର ଡୁଡାମେଟଲା ନଦୀରେ ମହିଳାଙ୍କ ମୁଣ୍ଡ ବିହୀନ ଶବ ପଡିଥିବା ଜାଣିବା ପରେ ପରିବାର ଲୋକେ ସେଠାକୁ ଯାଇ ଦେଖିଲା ବେଳକୁ ମହିଳା ଜଣକ ଲାକେ ପଡିଆମି ବୋଲି ପରିବାର ଲୋକେ କହିଥିଲେ।ଖବର ପାଇ କୋରୁ କୋଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ମହିଳାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ତେବେ କିଏ ଓ କାହିଁକି ଲାକେ ପଡିଆମିଙ୍କୁ ହତ୍ୟା କରିଛି ତାକୁ ନେଇ ପରିବାର ଲୋକେ ଏବେ ଚିନ୍ତାରେ ପଡିଛନ୍ତି। ପୁଲିସ ମଧ୍ୟ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ହୋଇଥାଇପାରେ ବୋଲି କହିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଆଇଆଇସି ହିମାଂଶୁ ବାରିକ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande