
ଜୟପୁର, ୪ ଡିସେମ୍ବର (ହି.ସ.)- ଜିଲା ସ୍ତରୀୟ ଚାଷୀ, ବୈଜ୍ଞାନିକ ଓ ସମ୍ପ୍ରସାରଣ ଅଧିକାରିଙ୍କ କର୍ମଶାଳା ଜୟପୁର ପାରାବେଢା ସ୍ଥିତ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ କୋରାପୁଟ ଦ୍ୱାରା ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପର୍ଶୁରାମ ବେହେରା, ମୁଖ୍ୟ ଜିଲା କୃଷି ଅଧିକାରି ସନ୍ତୋଷ ଦଳ ବେହେରା, ଅଞ୍ଚଳିକ ଗବେଷଣା ଏବଂ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର କେନ୍ଦ୍ରର ସହଯୋଗି ଗବେଷଣା ନିର୍ଦ୍ଦେଶକ ପର୍ଶୁରାମ ହିଆଲ, ଜୟପୁର ଏଡିଓ ଲଲାଟେନ୍ଦୁ ମହାପାତ୍ର, ଏଲଡିଏମ କୋରାପୁଟ ଦେବେନ୍ଦ୍ର କୁମାର ତ୍ରିପାଠି, ନୟାଗଡ ଆଖୁ ଗବେଷଣା କେନ୍ଦ୍ର ର ବୈଜ୍ଞାନିକ ସ୍ୱାଗତିକା ମହାନ୍ତି, ଅବସରପ୍ରାପ୍ତ ବୈଜ୍ଞାନିକ ପ୍ରମୋଦ କୁମାର ମହାନ୍ତି । କୋଟପାଡ, ବୋରିଗୁମ୍ମା, କୁନ୍ଦୁରା, ଜୟପୁର ଉପସ୍ଥିତ ଥିଲେ । ଆଖୁ ଏକ ଅର୍ଥକାରି ଫସଲ , କିନ୍ତୁ ଧିରେ ଧିରେ ଏହି ଚାଷ କମୁଥିବାରୁ ଚାଷି ମାନଙ୍କୁ ସଚେତନ କରାଯାଇଛି । ଆଖୁରୁ ଗୁଡ ସହ ଅନ୍ୟ ଜିନିଷ ମଧ୍ୟ ଉତ୍ପଦାନ ହେଉଛି । ଚାଷି ମାନେ ବିଭିନ୍ନ ପ୍ରଜାତିର ଆଖୁ ବିହନ ଆଣି ଚାଷ କରି ବାହାର ଦେଶକୁ ମଧ୍ୟ ରତ୍ପାନି କରିହେବ ବୋଲି ସଚେତନ କରାଯାଇଛି । ଆଖୁ ଚାଷ କରି ଧଳା ଗୁଡ, ପାଉଡର ଗୁଡ ଆଦି କରିବା ସହ ନୂଆ ପ୍ରଜାତିର ଆଖୁ ଚାଷ କରିବାକୁ ସଚେତନ କରାଯାଇଛି । ବ୍ଲକ କୃଷି ଅଧିକାରି ସୁନିତା ଆର ମଞ୍ଚ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି