
ଗଞ୍ଜାମ, ୪ ଡିସେମ୍ବର (ହି.ସ.)- ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଡିଆରଡିଏ ଛକ ନିକଟରେ ଆଜି ପୂର୍ବାହ୍ନରେ ଟ୍ରକ୍ ଧକ୍କାରେ ଜଣେ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ଘଟିଛି । ବାପାଝିଅ ଉଭୟ ସ୍କୁଟିରେ ଡିଆରଡିଏ ଅଫିସ୍ ଆଡକୁ ଯାଉଥିବା ବେଳେ ଏକ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଝିଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ବାପା । ଖବର ପାଇ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକ୍ କୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବତୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ