
କେନ୍ଦୁଝର, 4 ଡିସେମ୍ବର (ହି.ସ.)
କେନ୍ଦୁଝରରେ ହତାସ ପ୍ରେମିକର ଉନ୍ମକ୍ତ କାଣ୍ଡ । ହତାସ ପ୍ରେମିକର ମନେ ପଡିଲା ଅଶି ଦଶକରେ ଶୋଲେ ସିନେମାର କଥା । ଯେପରି ବୀରୁ ବାସନ୍ତି କୁ ପାଇବାକୁ ପାଣି ଟାଙ୍କିରେ ଚଢ଼ି ବାସନ୍ତି କୁ ମନାଇବାକୁ ଚେଷ୍ଟା କରିଥିଲେ । ସେହି ପରି ଆଜି ଜଣେ ହତାସ ପ୍ରେମୀକ ନିଜ ପ୍ରେମିକାକୁ ପାଇବା ପାଇଁ କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ନିକଟ ଏକ ନୂତନ ନିର୍ମାଣଧିନ ଏକ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିବା ଦେଖା ଯାଇଥିଲା। ପ୍ରେମିକ ଜଣକ ସାହାରପଡ଼ା ମାଛଗଡ ଅଞ୍ଚଳର ବିଶ୍ୱାସ ମହାକୁଡ ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକର ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ବିଶ୍ୱାସ ମହାକୁଡ ଆସି ବିଦ୍ୟୁତ ଖୁଣ୍ଟରେ ଚଢି ପ୍ରେମିକା ତା ସହ କଥା ନ ହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ | ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ କସରତ କହିବାକୁ ପଡ଼ିଥିଲା। ଯେତେ ବୁଝାଇଲା ପରେ ମଧ୍ୟ କଥା ମାନି ନଥିଲା ହତାସ ପ୍ରେମିକ। ଶେଷରେ ପୋଲିସ ବିଭାଗ
ଯୁବତୀ ଓ ଘର ଲୋକଙ୍କ ସହ ମୋବାଇଲରେ କଥା କରାଇଲା ପରେ ଯୁବକ ନିଜେ ତଳକୁ ଓହ୍ଲାଇଥିଲେ I ଯୁବକ ତଳକୁ ଓହ୍ଲାଇ ଆସିବା ପରେ ପୋଲିସ ଯୁବକଙ୍କୁ ଥାନାକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି । ଘର ଲୋକ ଆସିଲେ ତାଙ୍କ ଜିମାରେ ବିଶ୍ୱାସକୁ ଛଡ଼ା ଜିବ ବୋଲି ଟାଉନ ଥାନା ପକ୍ଷରୁ କୁହାଯାଇଛି। ଆଜି ସକାଳୁ ଏହି ଘଟଣା ସହରରେ କୌତୁହଳ ସୃଷ୍ଟି କରିଥିଲା। ଏହି ଘଟଣା ଦେଖିବାକୁ ଶତାଧିକ ଲୋକ ରାସ୍ତା କଡରେ ଜମି ଯାଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA