ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ୨୦୨୫-୨୬ ବର୍ଷର ୧ମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ୍‌) ଏବଂ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ


ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ୨୦୨୫-୨୬ ବର୍ଷର ୧ମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ୍‌) ଏବଂ ରାଜ୍ୟ ବିପର୍ଯ୍ୟୟ ହ୍ରାସ ପାଣ୍ଠି (ଏସଡିଏମଏଫ୍‌) କୁ ନେଇ ଗଠିତ ରାଜ୍ୟ ବିପର୍ଯ୍ୟୟ ଆପଦ ପରିଚାଳନା

ପାଣ୍ଠି (ଏସଡିଆରଏମଏଫ୍‌) ଅଧିନରେ ରହିଥିବା ଅର୍ଥ ଓ ୨୦୨୫-୨୬ ଆର୍ôଥକ ବର୍ଷର ଖର୍ଚ୍ଚ ଅନୁମୋଦନ ସଂପର୍କରେ ଆଲୋଚନା କରାଯାଇଥିଲା ।

ଗତ ମାର୍ଚ୍ଚ ମାସ ଠାରୁ ନଭେମ୍ବର ୨୮ ତାରିଖ ମଧ୍ୟରେ ହୋଇଥିବା ରାଜ୍ୟରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବାବଦକୁ ହୋଇଥିବା ଜରୁରୀ ଖର୍ଚ୍ଚ ସଂପର୍କିତ ଓøପଚାରିକ ଅନୁମୋଦନ କରାଯାଇଥିଲା । ବୈଠକରୁ ଜଣାଯାଇଛି ଯେ, ୨୦୨୫-୨୬ ବର୍ଷରେ ଏସଡିଆରଏମଏଫ୍ ରୁ ମୋଟ ୩୯୧.୪୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବୈଠକରେ ପ୍ରସ୍ତାବିତ ଅନୁମୋଦନ ନିମନ୍ତେ ରହିଥିବା କାର୍ଯ୍ୟ ମଧ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ଦିଆଯାଇଥିବା ସଂଶୋଧିତ ଅତିରିକ୍ତ ଖର୍ଚ୍ଚ ମଂଜୁର କରାଯିବା, ବିଭିନ୍ନ ଜିଲ୍ଲାରେ ବଜ୍ରପାତରୁ ରକ୍ଷା ନିମନ୍ତେ ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ଆର୍ôଥକ ସହାୟତା ଏବଂ ଜଙ୍ଗଲ ନିଆଁ ରୋକିବାରେ ଆପଦ ପରିଚାଳନା ପାଇଁ ଓସଡମା ତରଫରୁ ଦିଆଯାଇଥିବା ଆର୍ôଥକ ମଂଜୁରୀ ପ୍ରସ୍ତାବକୁ ଅନୁମୋଦନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।

ଉପକୂଳ ଅଂଚଳରେ ବନ୍ୟା ବାତ୍ୟା ସମୟରେ ସ୍ଥାନୀୟ ପୋଲିସ୍ ର ପ୍ରଭାବୀ ପରିଚାଳନା ଓ ତୁରନ୍ତ ପ୍ରତିକ୍ରିୟାଶୀଳତା ପାଇଁ ଆଧୁନିକ ଯନ୍ତ୍ର ପାତି ସୁବିଧା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ ବ୍ୟବସ୍ଥା ଆଦି ନିମନ୍ତେ ଆର୍ôଥକ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶ ବିଦେଶରେ ସୁନାମ ଅର୍ଜନ କରିଛି । ବିପର୍ଯ୍ୟୟ ଅପ୍ରତ୍ୟାଶିତ ଭାବେ ଆସିଥାଏ, ସେଥିପାଇଁ ଆମକୁ ସବୁବେଳେ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରି ପ୍ରସ୍ତୁତି ରହିବାର ଆବଶ୍ୟକତା ରହିଛି । ଏଥିପାଇଁ ଆନ୍ତ- ବିଭାଗୀୟ ସମନ୍ୱୟ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହିତ ଜରୁରୀକାଳୀନ ବିପର୍ଯ୍ୟୟ କ୍ଷେତ୍ରରେ ମୁକାବିଲା ପାଇଁ ଆମର ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା (ରେନ୍‌ସପନ୍‌ସ ସିଷ୍ଟମ) କିପରି ଅଧିକ ପ୍ରଭାବୀ ହେବ ଏବଂ ଖୁବ୍ କମ୍ ସମୟ ଭିତରେ ଯେପରି ଘଟଣାସ୍ଥଳରେ ପହଁଚି ଏହାର ମୁକାବିଲା ସୁନିଶ୍ଚିତ କରାଯାଇପାରିବ, ସେଥିପ୍ରତି ସେ ଗୁରୁତ୍ୱ ଦେଇଥିଲେ । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟ ଶାସନ ସଚିବ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବା ସହିତ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ସମସ୍ତ ପଦକ୍ଷେପ ଓ ସହାୟତା ଯୋଗାଇଦେବା ପାଇଁ ପ୍ରତିବଦ୍ଧ ରହିଥିବା ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande