
ଧର୍ମଶାଳା, ୪ ଡିସେମ୍ବର(ହି.ସ.) - ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗୋବରୀ ନଦୀରେ କେହି ଦୁର୍ବୃତ ପାଣିରେ ବିଷ ପକାଇ ଦେଇଛି । ଫଳରେ ନଦୀ ପାଣିରେ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି । ଏହି ଗୋବରୀ ନଦୀ ଯାଜପୁର ଜିଲା ସମେତ ସ୍ଥାନୀୟ କଟକ ଓ କେନ୍ଦ୍ରାପଡ଼ା ଜିଲା ଦେଇ ପ୍ରବାହିତ ହେଉଛି । ଏହି ନଦୀରୁ ସବୁ ସମୟରେ ବିଭିନ୍ନ ସ୍ଥାନରେ ପ୍ରଚୁର ମାଛ ମିଳିଥାଏ । ତେବେ ଅଧିକ ଓ ବଡବଡ ମାଛ ଧରିବା ଆଶାରେ କେହି ଦୁର୍ବୃତ ପାରି ପଲେଇ ନିକଟରେ ନଦୀରେ ବିଷ ମିଶାଇ ଦେଇଥିବାରୁ ମଲା ମାଛ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ନଦୀର ପାଣିକୁ ସ୍ଥାନୀୟ ଲୋକେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ତେବେ ପାଣି ବିଷ ହୋଇ ଯାଇଥିବାରୁ ଏହାକୁ ବ୍ୟବହାର କରିବା ସମ୍ଭବ ନୁହେଁ । ସେପଟେ କେହି ଦୁର୍ବୃତ ପାଣିରେ ବିଷ ପକାଇ ରାତାରାତି ବଡବଡ ମାଛ ଧରି ନେଇ ଯାଇଥିବା ବେଳେ ଛୋଟ ଛୋଟ ମାଛ ମରି ଭାସୁଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ତେବେ ଦୁର୍ବୃତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ