ଧର୍ମଶାଳା ବାଣୀପୀଠର ପ୍ରତିଷ୍ଠା ଦିବସ ଓ ପୁରାତନ ଛାତ୍ର ସଂସଦର ବାର୍ଷିକୋତ୍ସବ ୨୬ରେ
ଧର୍ମଶାଳା, ୪ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଅଂଚଳର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଧର୍ମଶାଳା ବାଣୀପୀଠର ୭୮ତମ ପ୍ରତିଷ୍ଠା ଦିବସ ଓ ପୁରାତନ ଛାତ୍ର ସଂସଦର ୧୫ତମ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଅବସରପ୍ରାପ୍ତ
ଧର୍ମଶାଳା ବାଣୀପୀଠର ପ୍ରତିଷ୍ଠା ଦିବସ ଓ ପୁରାତନ ଛାତ୍ର ସଂସଦର ବାର୍ଷିକୋତ୍ସବ ୨୬ରେ


ଧର୍ମଶାଳା, ୪ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଅଂଚଳର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଧର୍ମଶାଳା ବାଣୀପୀଠର ୭୮ତମ ପ୍ରତିଷ୍ଠା ଦିବସ ଓ ପୁରାତନ ଛାତ୍ର ସଂସଦର ୧୫ତମ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଅବସରପ୍ରାପ୍ତ ଜିଲା ଚିକିତ୍ସାଧିକାରୀ ଡକ୍ଟର ବିଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଶିକ୍ଷାବିତ୍ ଆଦିକନ୍ଦ ସ୍ୱାଇଁ, ଉପଦେଷ୍ଟା ରମେଶ ଚନ୍ଦ୍ର ସିଂ, ଜଗବନ୍ଧୁ ସ୍ୱାଇଁ, ସହ ସମ୍ପାଦକ ବିକ୍ରମ କେଶରୀ ମହାନ୍ତି, କୋଷାଧ୍ୟକ୍ଷ ନୀଳମଣି ନାୟକ, ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ, ନିରଞ୍ଜନ ପଣ୍ଡା, ଧରଣୀଧର ଦାଶ, ମହମ୍ମଦ ରିଆଜୁଇହକ, ସୁଶାନ୍ତ କୁମାର ନାୟକ, ବିବେକାନନ୍ଦ ନାୟକ, ଉମାକାନ୍ତ ମୁଦୁଲି, ମନୋଜ କୁମାର ରାଉଳ, ନାରାୟଣ ମଲ୍ଲିକ, ସୋମନାଥ ସାହୁ, ରବୀନ୍ଦ୍ର ନାରାୟଣ ଦାଶ, କୈଳାସ ଚନ୍ଦ୍ର ଜେନା, ଅର୍ଜୁନ ଚରଣ ପୃଷ୍ଟିଙ୍କ ସମେତ ବହୁ ପୁରାତନ ଛାତ୍ର ଯୋଗଦେଇ ପ୍ରତିଷ୍ଠା ଦିବସ ଓ ବାର୍ଷିକଉତ୍ସବ କିଭଳି ଶୃଙ୍ଖଳିତ ଓ ଆକର୍ଷଣୀୟ ହୋଇପାରିବ ସେ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଏଥିସହ ଆସନ୍ତା ୨୬ ତାରିଖରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ କର୍ମକର୍ତା ଓ ସଭ୍ୟମାନଙ୍କୁ ବିଭିନ୍ନ ଦାୟିତ୍ୱ ବଂଟନ କରାଯାଇଥିଲା । ଆସନ୍ତା ୨୬ ତାରିଖ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୧୯୬୪ ବ୍ୟାଚର ୧୦ ଜଣ ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧନା,୨ ଜଣ ଛାତ୍ର ଓ ଛାତ୍ରୀଙ୍କୁ ମେଧାବୃତି ପୁରସ୍କାର ପ୍ରଦାନ କରାଯିବା ସହ ସଂସଦ ପକ୍ଷରୁ ମୁଖପତ୍ର ବାଣୀବିତାନ ସ୍ମରଣିକା ଉନ୍ମୋଚନ’ ହେବ । ଶେଷରେ ସହ-ସମ୍ପାଦକ ପ୍ରବୋଧ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande