
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ଆସନ୍ତାକାଲି (ଶୁକ୍ରବାର) ଠାରୁ ପୁରୀରେ ଆରମ୍ଭ ହେବ ତିନି ଦିନିଆ ଗ୍ଲୋବାଲ ଏନର୍ଜି ଲିଡର ସମ୍ମିଟ ୨୦୨୫। ପୁରୀରେ ୫ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଏହି ଗ୍ଲୋବାଲ ଏନର୍ଜି ଲିଡରସ୍ ସମିଟ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କହିଛନ୍ତି ପ୍ରଥମ ଥର ପାଇଁ ଏଇ ସମିଟ ଭାରତରେ ଆୟୋଜିତ ହେଉଛି।ଏଥିରେ ଯେଉଁ ସବୁ ବିଷୟବସ୍ତୁ ଉପରେ ଆଲୋଚନା ହୋଇ ଯାହା ସମୀକ୍ଷା ବାହାରିବ ତାକୁ ନେଇ ଆଗକୁ ବଢ଼ିବୁ। ଏହାର ସଫଳତା ପରେ ପରବର୍ତୀ ରାଜ୍ୟରେ ଏହି ସମିଟ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ୦ କାର୍ବନ୍ ଫୁଟ ପ୍ରିଂଟର।ସେହି ଭିଜନ କୁ ଆଖିଆଗରେ ରଖି ଏହି ସମିଟର ଆୟୋଜନ କରାଯାଇଛି।୨୦୩୬ ରେ ଓଡ଼ିଶାର ୧୦୦ ବର୍ଷ ଭାରତର ୧୦୦ ବର୍ଷ ବେଳେ ଏହାକୁ ଏଲାବୋରେଟ କରାଯିବ।ଏହା ଗ୍ରୋଥ ଆଉ ଡେଭେଲପମେଣ୍ଟରେ ବହୁତ୍ ସହଯୋଗ କରାଯିବ।୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ନିମନ୍ତ୍ରଣ ରହିଛି। ଏହା ସହ ଦେଶ ତଥା ଅନ୍ତର୍ଜାତୀୟ ଏନର୍ଜି ବିଶେଷଜ୍ଞ ମାନେ ଆସିବେ ।ଅନେକ ଗୁରୁତ୍ତ୍ୱପୂର୍ଣ ବିଷୟ ଗୁଡ଼ିକ ଉପରେ ଏହି ସମିଟରେ ଆଲୋଚନା ପାଇଁ ଲକ୍ଷ ରଖାଯାଇଛି। ପ୍ରହଲ୍ଲାଦ ଯୋଶୀ ଏହି କାର୍ଯ୍ୟକ୍ରମ ପାଇଁ କାଲି ଭୁବନେଶ୍ୱରରେ ପହଂଚି ୫.୩୦ ରେ ସିଧା ପୁରୀ ଯିବେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପର ଦିନ ସମିଟର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା