
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଂଟ। ୨୦୧୬ ପୂର୍ବରୁ ନିର୍ମାଣ ହୋଇଥିବା ଆପାର୍ଟମେଂଟ ଗୁଡିକ କିଣା ବିକା ହୋଇପାରିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।
ସେ କହିଛନ୍ତି ରେରା ଆଇନରେ ସଂଶୋଧନ କରି ରାଜ୍ୟ ସରକାର ନୂଆ ବିଜ୍ଞପ୍ତି ପ୍ରକାଶ କରିଚନ୍ତି। ଦୀର୍ଘ ସମୟର ତର୍ଜମା ପରେ ନିୟମକୁ ସରଳୀକରଣ କରାଯାଇଛି। ପୂର୍ବ ସରକାରରେ ଆପାର୍ଟମେଂଟ କିଣା ବିକା ନିଷ୍ପତି ଅତ୍ୟତ ଦୁର୍ଭାଗ୍ୟଜନକ ଥିଲା। ନୂଆ ନିୟମ ଅନୁସାରେ ଲୋକେ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା