ପଂଚାୟତ ଅଫିସକୁ ଯିବ ପୋଷ୍ଟ ଅଫିସ
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ୫୭୩ ପୋଷ୍ଟ ଅଫିସକୁ ପଂଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ପଂଚାୟତିରାଜ ବିଭାଗ। ଏ ନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପଂଚାୟତିରାଜ ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ୫୭୩ ପୋଷ୍ଟ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ
ପଂଚାୟତ ଅଫିସକୁ ଯିବ ପୋଷ୍ଟ ଅଫିସ


ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ୫୭୩ ପୋଷ୍ଟ ଅଫିସକୁ ପଂଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ପଂଚାୟତିରାଜ ବିଭାଗ। ଏ ନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପଂଚାୟତିରାଜ ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ୫୭୩ ପୋଷ୍ଟ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ମାତ୍ର ୭୧ ଟି ସ୍ଥାନାନ୍ତର ହୋଇଛି। ବାକି ପୋଷ୍ଟ ଅଫିସ ଗୁଡିକୁ ୨୦ ଡିସେମ୍ବର ସୁଦ୍ଧା ସ୍ଥାନାନ୍ତରିତ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପଂଚାୟତ କାର୍ଯ୍ୟାଳୟ ନ ହେଲେ ସରକାରୀ ସ୍କୁଲ, ଅଙ୍ଗନବାଡ଼ି ସେଂଟର , ସିଏଚସି କିମ୍ବା ପିଏଚସି ପରିସରରେ ଖାଲି ଥିବା ସ୍ଥାନ ରେ ପୋଷ୍ଟ ଅଫିସକୁ ସ୍ଥାନାନ୍ତରିତ କରିବା ଲାଗି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande