ଭିନ୍ନକ୍ଷମ ହୁଇଲ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଂଟ : ଗୋଆ ଚମ୍ପିଆନ
ଧର୍ମଶାଳା, ୪ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଷ୍ଟାଡିୟମରେ ଖେଲ ଇଣ୍ଡିଆ ୨୦୨୫ ଆନୁକୁଲ୍ୟରେ ଚାଲିଥିବା ଭିନ୍ନକ୍ଷମ ହୁଇଲ ଚେୟାର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ଫାଇନାଲ ମ୍ୟାଚ ଛତିଶଗଡ ଓ ଗୋଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଛତିଶଗଡ ପ୍ରଥମେ ବ୍ୟାଟି
ଭିନ୍ନକ୍ଷମ ହୁଇଲ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଂଟ : ଗୋଆ ଚମ୍ପିଆନ


ଧର୍ମଶାଳା, ୪ ଡିସେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଷ୍ଟାଡିୟମରେ ଖେଲ ଇଣ୍ଡିଆ ୨୦୨୫ ଆନୁକୁଲ୍ୟରେ ଚାଲିଥିବା ଭିନ୍ନକ୍ଷମ ହୁଇଲ ଚେୟାର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ଫାଇନାଲ ମ୍ୟାଚ ଛତିଶଗଡ ଓ ଗୋଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଛତିଶଗଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୧୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ କିଶାନ ରାବତ ୩୬ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ନିଖଲେଶ ୨ଟି ଉଇକେଟ ନେଇଥିଲେ । ଜବାବରେ ଗୋଆ ବ୍ୟାଟିଂ କରି ୧୯ ଓଭରରେ ବିଜୟ ହାସଲ କରି ଚଳିତ ଥର ପାଇଁ ଚମ୍ପିଅନ ହୋଇଛି । ଦଳ ପକ୍ଷରୁ ନିଖଲେଶ ୬୦ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଛତିଶଗଡ ଦଳର କିଶାନ ରାବତ ୨ଟି ଉକେଟ ଅକ୍ତିଆର କରିଥିଲେ । ଆଜିର ମ୍ୟାନ ଅଫଦି ମ୍ୟାଚ ଓ ସିରିଜରେ ଶ୍ରେଷ୍ଠ ଖେଳାଳୀ ଭାବେ ନିଖଲେଶଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସର୍ବକୃଷ୍ଟ ବ୍ୟାଟ୍ସମ୍ୟାନ ଭାବେ କିଶାନ ରାବତ ଓ ସର୍ବକୃଷ୍ଟ ବୋଲର ଭାବେ ଓଡିଶାର ଶଙ୍କରଙ୍କ ନାମ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା । ଆୟୋଜିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ଷ୍ଟାଡିୟମ କମିଟିର ସଭାପତି ଦେବରାଜ ମିଶ୍ର, ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ,ଅବସରପ୍ରାପ୍ତ ଶିକ୍ଷକ ସୁଦୀପ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଗୋଆ ଦଳକୁ ଚମ୍ପିଆନ ଟ୍ରଫି ଓ ରନରର୍ଶଅପ ଦଳ ଛତିଶଗଡକୁ ଟ୍ରଫି ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ସୁରଥ ପାତ୍ର ଓ ଗୌରୀ ଶଙ୍କର ଜେନା ପରିଚାଳନା କରିଥିଲେ । ସ୍କୋରରେ ଶିବସୁନ୍ଦର ଦାସ ସହୟତା କରିଥିବା ବେଳେ ବୁବୁ ସିହ୍ନା ଭାଷ୍ୟକାର ଭାବେ ପରିଚାଳନା ଦାୟିତ୍ୱ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande