
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡ଼ି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଟେକ୍ନିକାଲ କମିଟି ବୈଠକ, ଛତିଶଗଡ଼ ସହ ଆଲୋଚନା, କେନ୍ଦ୍ର ସରକାର ସହ ଆଲୋଚନା କଥା ଶୁଣି ଶୁଣି ଓଡ଼ିଶା ଲୋକଙ୍କ କାନ ବଧିରା ହୋଇଗଲାଣି । କୌଣସି ସମାଧାନର ରାସ୍ତା ବହାରୁନି। ଦୀର୍ଘ ବର୍ଷ ହେଲା ମାମଲା ଟ୍ରିବ୍ୟୁନାଲରେ ଅଛି କିନ୍ତୁ କିଛି ଫୈସଲା ହେଉନାହିଁ । ଏବେ ଓଡ଼ିଶା ସରକାର କହୁଛନ୍ତି ଆପୋଷ ଆଲୋଚନାରେ ସମାଧାନ କରିବେ । ତେବେ ଆପୋଷ ଆଲୋଚନାରେ ସର୍ତାବଳୀ କଣ ରହିବେ ସରକାର କହିବେ କି ? ସେପଟେ ଛତିଶଗଡ଼ ସରକାର ମହାନଦୀ ଉପ ନଦୀ ଗୁଡ଼ିକରେ ବନ୍ଧ, ଆନିକଟ ନିର୍ମାଣ କରି ଚାଲିଛି । ଟ୍ରିପଲ ଇଞ୍ଜିନ ସରକାର ଚାଲିଛି ହେଲେ କେହି କାହା କଥା ଶୁଣୁନାହାନ୍ତି । ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି । ଓଡ଼ିଶା ସରକାର ନୀରବଦ୍ରଷ୍ଟା ହୋଇ ପଡିଛନ୍ତି । କେବଳ ବୟାନବାଜି କଲେ ସମସ୍ୟାର ସମାଧାନ ହେବ ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା