
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ବିଧାନସଭାରେ ଅତିରିକ୍ତ ବିଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା ସମୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାଜ୍ୟର ଆଦିବାସୀ ଅଂଚଳରେ ପ୍ରୋକ୍ସି ଅପରାଧୀ ପ୍ରଥା ଚାଲିଛି । ରାଜ୍ୟରେ ଗୁଣ୍ଡାରାଜ ଓ ମହିଳାଙ୍କ ଉପରେ ଆକ୍ରମଣ ବଢିଛି। ଜଙ୍ଗଲ ଚୋରୀ ହୋଇ ଚାଲିଛି। ମହିଳାଙ୍କୁ ସୁରକ୍ଷିତ କରିବା ପାଇଁ ମହିଳା ହେଲ୍ପ ଡେସ୍କ କରିବା ଉଚିତ। ସୀମାନ୍ତ ଅଞ୍ଚଳରେ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ ହେବା ଉଚିତ। ଏ ସରକାର ସ୍ୱଚ୍ଛ ଶାସନ ନୁହେଁ ଏଥିରେ ଅପରାଧ ବଢିଛି। ଆଦିବାସୀଙ୍କ ଉପରେ ନିର୍ଯ୍ୟାତନା ବଢିଛି। ହେଲେ ସରକାର ଏହାକୁ ମାନିବେ ନାହିଁ। ରାଜ୍ୟରେ ଅନେକ ପଦ ଖାଲି ଅଛି। ଦୁର୍ଗମ ଅଞ୍ଚଳରେ ଅବ୍ୟବସ୍ଥା ବଢିଛି। ଅନେକ ଆଦିବାସୀ ପ୍ରୋକ୍ସି ଅପରାଧୀ ଜେଲରେ ରହୁଛନ୍ତି। ପ୍ରକୃତ ଅପରାଧୀ ବାହାରେ ବୁଲୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା