ଶ୍ରମିକ ଆନ୍ଦୋଳନ ଦ୍ୱିତୀୟ ଦିନରେ
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ବିଜେପି ନେତୃତ୍ୱାଧିନ ସରକାର ସାରା ଦେଶରେ ସମସ୍ତ ପ୍ରତିବାଦକୁ ବେଖାତିର କରି ଶ୍ରମିକ ମାନଙ୍କ ଉପରେ ଶ୍ରମ ସଂହିତା ଲାଗୁ କରିଛନ୍ତି, ଯାହାକି ଏକ ଫାସିବାଦି ମୋଦୀ ଶାସନ ଦ୍ୱାରା ଶ୍ରମିକ ଶ୍ରେଣୀ ଉପରେ ସବୁ ଠାରୁ ନୃସଂଶ ଆକ୍ରମଣ ବୋଲି ଅନେକ ଶ୍ରମିକ ନେତା ଡବଲ ଇଞ୍
ଶ୍ରମିକ ଆନ୍ଦୋଳନ ଦ୍ୱିତୀୟ ଦିନରେ


ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ବିଜେପି ନେତୃତ୍ୱାଧିନ ସରକାର ସାରା ଦେଶରେ ସମସ୍ତ ପ୍ରତିବାଦକୁ ବେଖାତିର କରି ଶ୍ରମିକ ମାନଙ୍କ ଉପରେ ଶ୍ରମ ସଂହିତା ଲାଗୁ କରିଛନ୍ତି, ଯାହାକି ଏକ ଫାସିବାଦି ମୋଦୀ ଶାସନ ଦ୍ୱାରା ଶ୍ରମିକ ଶ୍ରେଣୀ ଉପରେ ସବୁ ଠାରୁ ନୃସଂଶ ଆକ୍ରମଣ ବୋଲି ଅନେକ ଶ୍ରମିକ ନେତା ଡବଲ ଇଞ୍ଜିନ ସରକାରର ଏହି ଶ୍ରମିକ ମାରଣ ନୀତି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଆଇ.ଏନ୍‌.ଟି.ୟୁ.ସିର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଏ.ଆଇ.ଟି.ୟୁ.ସିର ସଭାପତି ଅଶୋକ ଦାସ, ଏଚ.ଏମ.୍‌ଏସ୍‌.ର ବି.ଏନ୍‌.ମହାପାତ୍ର, ସି.ଆଇ.ଟି.ୟୁର ନେତା ବିଷ୍ଣୁ ମହାନ୍ତି, ଏ.ଆଇ.ୟୁ.ଟୁ.ୟୁ.ସିର ନେତା ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁର ସଭାପତି ରାଧାକାନ୍ତ ସେଠୀଙ୍କ ସଭାପତି ମଣ୍ଡଳୀ ନେତୃତ୍ୱରେ ସଭାପରିଚାଳନା କରାଯାଇଥିଲା। ଏହି ଦ୍ୱିତୀୟ ଦିବସରେ ବିଭିନ୍ନ ଶ୍ରମିକ ନେତାମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଶ୍ରମ କୋଡ ଆସିବା ପରେ ଶ୍ରମିକ ମାନଙ୍କର ଧର୍ମଘଟ ଅଧିକାର ରହିବ ନାହିଁ। ଏହା ଶିଳ୍ପ ବିବାଦ ଭାବରେ କରାଯାଇପାରେ ଏବଂ ଯଦି ଏହି ଧର୍ମଘଟରେ ରାଜି ନ ହୁଅନ୍ତି ତେବେ ସଂଘ ଧର୍ମଘଟ କରିପାରିବ ନାହିଁ। ଶ୍ରମ ସଂହିତା କେବଳ ସେହି କାରଖାନା ଗୁଡ଼ିକରେ କାର୍ଯ୍ୟକାରି ହେବ ଯେଉଁଠାରେ ଶ୍ରମିକଙ୍କ ସଂଖ୍ୟା ୩୦୦ ରୁ ଅଧିକ ହେବ। ମାତ୍ର ୮୦ ପ୍ରତିଶତ କାରଖାନା କିମ୍ବା କର୍ମଶାଳା ୩୦୦ ରୁ କମ୍ ଶ୍ରମିକ ସହିତ ଚାଲୁଛି। ତେଣୁ ମାଲିକ ସରକାରଙ୍କୁ କୌଣସି ପ୍ରକାର ପରାମର୍ଶ ନ କରି ୩୦୦ ରୁ କମ୍ ଥିବା କାରଖାନାରେ ଶ୍ରମିକ ମାନଙ୍କୁ ବାହାର କରିଦେଇପାରିବ। ତେଣୁ ଏ ପ୍ରକାର ବ୍ୟବସ୍ଥାରେ ଅଧିକ ସଂଖ୍ୟାରେ ଅସଂଗଠିତ ଶ୍ରମିକଙ୍କ ଅଧିକାର କ୍ଷୁର୍ଣ୍ଣ ହେବ। ଶ୍ରମିକମାନେ ୧୦ ଘଂଟା କାମ କରି ଶୋଷିତ ହେବେ ଓ ଓଭରଟାଇମ୍ ସାମାଜିକ ସୁରକ୍ଷା ପାଇବେ ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶ୍ରମ ଆଇନର ପରିବର୍ତନ କରି ମାଲିକ ଓ ପୁଞ୍ଜିପତିଙ୍କୁ ଅଧିକ ଲାଭବାନ କରିବା ନିମନ୍ତେ ଡବଲ ଇଞ୍ଜିନ ସରକାରର ମୂଳମନ୍ତ୍ର ହୋଇଛି ବୋଲି ବକ୍ତମାନେ ପ୍ରକାଶ କରିଥିଲେ।

ଆଜିର ଏହି ଗଣଧାରଣାରେ ଶ୍ରମିକନେତା ବିଦ୍ୟାଧର ମହାନ୍ତି, ବିଦ୍ୟାଧର ମହନ୍ତ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ହୃଦାନନ୍ଦ ଯାଦବ, ବିଶିଷ୍ଟ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ଡ. ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଶ୍ରମିକ ନେତା ମହେନ୍ଦ୍ର ପରିଡା, ଦୁଷ୍ମନ୍ତ ଦାସ ପ୍ରମୁଖ ଉଦ୍‌ବୋଧନ ଦେଇ ଆଗାମୀ ଦିନରେ ଶ୍ରମିକମାନଙ୍କର ଅଧିକାରକୁ ଛଡାଇ ନେଇଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଉଭୟ ଦେଶରେ ଓ ରାଜ୍ୟରେ ଶ୍ରମିକ ଓ କୃଷକ ଆନ୍ଦୋଳନକୁ ତେଜିଆନ କରି ଶିଳ୍ପପତିମାଲିକମାନଙ୍କର ସ୍ୱାର୍ଥରେ ଡବଲ ଇଞ୍ଜିନ ସରକାରର ଯୋଜନାକୁ ଭଣ୍ଡୁର କରିବା ଲାଗି ରଣହୁଙ୍କାର ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande